ETV Bharat / state

ଝାରସୁଗୁଡାରେ ଶ୍ରମିକ ସହାୟତା ବଣ୍ଟନ ଶିବିର, ଉପକୃତ ହେଲେ ୧୪୫ ଜଣ ନିର୍ମାଣ ଶ୍ରମିକ - ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

Financial Assistance to Nirman Shramik: ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ସହାୟତା ବାବଦକୁ ମୋଟ ୧୪୫ ଜଣଙ୍କୁ ୯୬ ଲକ୍ଷ ୯୮ ହଜାର ୮ ଶହ ଟଙ୍କା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଝାରସୁଗୁଡାରେ ଶ୍ରମିକ ସହାୟତା ବଣ୍ଟନ ଶିବିର, ଉପକୃତ ହେଲେ ୧୪୫ ଜଣ ନିର୍ମାଣ ଶ୍ରମିକ

author img

By ETV Bharat Odisha Team

Published : Nov 21, 2023, 4:28 PM IST

ଝାରସୁଗୁଡା : ରାଜ୍ୟ ସରକାର ସମସ୍ତ ପ୍ରକାର ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ବିଭିନ୍ନ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି । କୋଲାବିରାର ସମସିଙ୍ଘାସ୍ଥିତ ଫୁଟବଲ ପଡ଼ିଆଠାରେ ଆୟୋଜିତ ଶିବିରରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିର ଉଦ୍ଘାଟନ କରିଥିଲେ । ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ କରି ଶ୍ରମିକମାନେ କିପରି ଅଧିକରୁ ଅଧିକ ସଂଖ୍ୟାରେ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରିବେ ଓ ପଞ୍ଜିକୃତ ଶ୍ରମିକମାନଙ୍କର କାର୍ଡ଼ ନବୀକରଣ କରାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଉପଭୋଗ କରିବାକୁ ଆହ୍ବାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଞ୍ଚାୟତ, ସ୍ଥାନୀୟ ସରପଞ୍ଚ କରୁଣାକର ସେଠ, ସମିତି ସଭ୍ୟା ମାଲା ସାହୁ ଓ ପୂର୍ବତନ ସରପଞ୍ଚ ତୁଲାରାମ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇଦେବା ଓ ଅଧିକରୁ ଅଧିକ ଶ୍ରମିକ କିପରି ଉପକୃତ ହେବେ ସେ କ୍ଷେତ୍ରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ...ମୁକ୍ତା ଯୋଜନାରେ ୧୧୦୭ ଗୋଷ୍ଠୀଙ୍କୁ ୧୧୩୨ ଗୋଟି କାର୍ଯ୍ୟାଦେଶ ବଣ୍ଟନ, ମହିଳାଙ୍କୁ ପ୍ରାଧାନ୍ୟ

ଶିବିରରେ ସହାୟତା ବାବଦକୁ ମୋଟ ୧୪୫ ଜଣଙ୍କୁ ୯୬ ଲକ୍ଷ ୯୮ ହଜାର ୮ ଶହ ଟଙ୍କା ପ୍ରଦାନ କରାଯାଇଛି । ମୃତ୍ୟୁକାଳୀନ ସହାୟତା ବାବଦରେ ୨୮ ଜଣଙ୍କୁ ୫୬ ଲକ୍ଷ ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ବାବଦରେ ୨୮ ଜଣଙ୍କୁ ୧ ଲକ୍ଷ ୪୦ ହଜାର, ବିବାହ ସହାୟତା ବାବଦରେ ୭୭ ଜଣଙ୍କୁ ୩୮ ଲକ୍ଷ ୫୦ ହଜାର, ପ୍ରସୂତିକାଳୀନ ସହାୟତା ବାବଦରେ ୮ ଜଣଙ୍କୁ ୮୦ ହଜାର ଓ ଶିକ୍ଷା ସହାୟତା ବାବଦରେ ୪ ଜଣଙ୍କୁ ୨୮ ହଜାର ୮ ଶହ ଟଙ୍କା ପ୍ରଦାନ କରାଯାଇଛି । ୨ ଶହ ଜଣଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ସୁନୀତା କିସାନ ଶିବିର ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସହକାରୀ ଶ୍ରମ ଅଧିକାରୀ ସସ୍ମିତା ବିଶ୍ବାଳ, କାର୍ଯ୍ୟକ୍ରମ ପରିଚାଳକ (ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ) ଜନ୍ମେଜୟ ସା, କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲ୍ୟାଣ ସଂଯୋଜକ କାନ୍ତେଶ୍ୱର ମହାପାତ୍ର, ପ୍ରଶାନ୍ତ ମଣ୍ଡଳ, ଆଶିଷ ପ୍ରଧାନ ଓ ଦେବାଶିଷ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ବିମଳ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.