ETV Bharat / state

Panchayat Election: ଭବିଷ୍ୟବାଣୀ କଲେ ଜ୍ୟୋତିଷ, ମଇଦାନରେ ମୁହାଁମୁହିଁ ବାପପୁଅ

ନିର୍ବାଚନରେ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ସ୍ୱାଭାବିକ । ହେଲେ ସରପଞ୍ଚ ଆସନ ପାଇଁ ବାପ ପୁଅ ପ୍ରତିଦ୍ୱନ୍ଦିତା କରୁଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ପିପିଲିମାଲ ପଞ୍ଚାୟତରେ । ଅଧିକ ପଢନ୍ତୁ

Panchayat Election: ନିର୍ବାଚନୀ ମଇଦାନରେ ବାପ ପୁଅ

author img

By

Published : Jan 30, 2022, 8:15 PM IST

ଝାରସୁଗୁଡା: ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଗାଁ ଗଣ୍ଡାରେ ଦେଖିବାକୁ ମିଳିଲାଣି ନିର୍ବାଚନୀ ତାତି। କେଉଁଠି ଶିକ୍ଷିତ ପ୍ରାର୍ଥୀ ତ ପୁଣି କେଉଁଠି ପରିବାର ସଦସ୍ୟଙ୍କ ମଧ୍ୟରେ ଚାଲିଛି ଲଢେଇ। ହେଲେ ନିର୍ବାଚନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସରପଞ୍ଚ ଆସନ ପାଇଁ ବାପ ପୁଅ କରୁଛନ୍ତି ପ୍ରତିଦ୍ବନ୍ଦିତା। ତାହା ପୁଣି ଜ୍ୟୋତିଷଶାସ୍ତ୍ରକୁ ବିଶ୍ବାସ କରି। ଆମେ କହୁଛୁ ଝାରସୁଗୁଡା ଜିଲ୍ଲା ପିପିଲିମାଲ ପଞ୍ଚାୟତର କଥା। ବର୍ତ୍ତମାନ ବାପ ପୁଅଙ୍କ ନିର୍ବାଚନ ଲଢେଇକୁ ନେଇ ଚାରିଆଡେ ଚର୍ଚ୍ଚା ।

Panchayat Election: ଭବିଷ୍ୟବାଣୀ କଲେ ଜ୍ୟୋତିଷ, ମଇଦାନରେ ମୁହାଁମୁହିଁ ବାପପୁଅ

ଝାରସୁଗୁଡା ଜିଲ୍ଲା ପିପିଲିମାଲ ପଞ୍ଚାୟତରେ ସରପଞ୍ଚ ଆସନ ପାଇଁ ଦେଖିବାକୁ ମିଳୁଛି ଜୋରସୋରରେ ପ୍ରତିଦ୍ୱନ୍ଦିତା । ସରପଞ୍ଚ ଆସନ ପାଇଁ ଏଠାରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ବାପା ପୁଅ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖି ନିଜ ଜ୍ୟୋତିଷଙ୍କ କଥା ଶୁଣିଲା ପରେ ଉଭୟେ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିିଛନ୍ତି । ପ୍ରଥମେ ବାପା ଜନ୍ମଜୟ କିସାନ(୬୮) ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ କରି ନୟାଗଡ ଜିଲ୍ଲାରେ ରହୁଥିବା ନିଜର ଜ୍ୟୋତିଷଙ୍କ ସହ କଥା ହୋଇଥିଲେ ।

ହେଲେ ଜ୍ୟୋତିଷ ଜନ୍ମଜୟଙ୍କ ବିଜୟ ସମ୍ଭାବନା କମ ରହିଛି ଏବଂ ତାଙ୍କ ପୁଅ ଘନଶ୍ୟାମ କିଶାନ(୪୦)ଙ୍କ ବିଜୟ ସମ୍ଭାବନା ଅଧିିକ ରହିଛି ବୋଲି କହଥିିଲେ । ଏହା ପରେ ଘନଶ୍ୟାମ ମଧ୍ୟ ସରପଞ୍ଚ ଆସନ ପାଇଁ ପିପିଲିମାଲ ପଂଚାୟତରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପୁଅ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା ପରେ ବାପା ଜନ୍ମଜୟ କିସାନ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଯୋଜନା କରିଥିଲେ । ହେଲେ ତାଙ୍କର ଦେହ ଅସୁସ୍ଥ ହେବାରୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିଲେ ନାହିଁ । ଫଳରେ ଏବେ ଉଭୟ ବାପ ପୁଅ ସରପଂଚ ଆସନ ପାଇଁ ପିପିଲିମାଲରୁ ପ୍ରାର୍ଥୀ ହୋଇଛନ୍ତି ।

ତେବେ ପୁଅ ସରପଞ୍ଚ ନିର୍ବାଚନ ଲଢିଲେ ବିଜୟୀ ହେବ ଏବଂ ବାପା ଲଢିଲେ ତୃତୀୟ ସ୍ଥାନ ପାଇବେ ବୋଲି ଜ୍ୟୋତିଷ କହିବାପରେ ବାପା ଜନ୍ମଜୟ ନିଜ ପାଇଁ ପ୍ରଚାର କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ସେ ପଂଚାୟତର ବିକାଶ ପାଇଁ ଦେଖଥିବା ସ୍ୱପ୍ନକୁ ତାଙ୍କ ପୁଅ ସରପଞ୍ଚ ନିର୍ବାଚନରେ ବିଜୟୀ ହେଲା ପରେ ପୂରଣ କରିବେ ବୋଲି ଜନ୍ମଜୟ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ପଞ୍ଚାୟତରେ ୧୧ଟି ୱାର୍ଡ ଥିବାବେଳେ ସରପଞ୍ଚ ପାଇଁ ୧୩ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଲେଣି । ଯାହାକୁ ଦେଖି ରାଜନୈତିକ ବିଶ୍ଲେଷକ ମଧ୍ୟ ମୁଣ୍ଡରେ ହାତ ଦେଲେଣି ।

ପ୍ରଚାର କରିବା ପାଇଁ ପ୍ରାର୍ଥୀ ଯେଉଁ ୱାର୍ଡକୁ ଗଲେ ମଧ୍ୟ ନିଜର ଜଣେ ପ୍ରତିଦ୍ୱନ୍ଦୀଙ୍କୁ ପାଇବା ଥୟ । ହେଲେ ମଧ୍ୟ ପ୍ରାର୍ଥୀମାନେ ନିଜର ନିର୍ବାଚନୀ ପ୍ରଚାର ପ୍ରାସର ଆରମ୍ଭ କରିଛନ୍ତି । ଅନ୍ୟପଟେ ପିପିଲିମାଲ ପଂଚାୟତରେ ଥିବା ରାସ୍ତାଘାଟ ସମସ୍ୟା, ପାନୀୟ ଜଳ ସମସ୍ୟା, ହିତାଧୀକାରୀଙ୍କୁ ଭତାପ୍ରଦାନର ବ୍ୟବସ୍ଥା ଏବଂ ସୁପରିଚାଳନା ଯିଏ କରିବ ତାକୁ ପଞ୍ଚାୟତବାସୀ ଭୋଟ ଦେବେ ବୋଲି ପ୍ରକାଶ କରିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.