ETV Bharat / state

କାଳୀପୂଜାରେ ବୁଲିଲା ଖଣ୍ଡା ସହ ବନ୍ଧୁକ, 3 ଗିରଫ - 3 ଯୁବକଙ୍କ ଉତ୍ପାତ

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ବୁନ୍ଦିଆ ଗାଁରେ କାଳୀପୂଜା ସାଂସ୍କୃତିକ କାର୍ଯ୍ୟକ୍ରମରେ 3 ଯୁବକଙ୍କ ଉତ୍ପାତ। ମାତାଲ ଯୁବକଙ୍କୁ ନିଜ ହେପାଜତକୁ ନେବା ସହ ବନ୍ଧୁକ ଓ ଖଣ୍ଡା ଜବତ କରିଛି ପୋଲିସ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Oct 29, 2019, 7:05 PM IST

Updated : Oct 30, 2019, 12:28 AM IST

ଝାରସୁଗୁଡ଼ା: ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ବୁନ୍ଦିଆ ଗାଁରେ କାଳୀପୂଜା ସାଂସ୍କୃତିକ କାର୍ଯ୍ୟକ୍ରମରେ 3 ଯୁବକଙ୍କ ଉତ୍ପାତ । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେମାନେ ଖୋଲାଖୋଲି ଭାବେ ହାତରେ ଖଣ୍ଡା ଓ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲେ । ଉପସ୍ଥିତ ଲୋକେ ସେମାନଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଚାଲିଥିଲା। ରାତି 2ଟା ବେଳେ ସେହି ଅଞ୍ଚଳର ଦିନେଶ ଖଡ଼ିଆ, ହରବିନନ୍ଦ ସହିସ, ଗଣେଶ ରାଉତ ମାତାଲ ଅବସ୍ଥାରେ ପହଞ୍ଚିଥିଲେ । ଆଉ ହାତରେ ବନ୍ଧୁକ ଓ ଖଣ୍ଡା ଧରି ହୋହଲ୍ଲା କରିଥିଲେ । ଉପସ୍ଥିତ ଲୋକେ ସେମାନଙ୍କୁ ଧରିବାକୁ ଉଦ୍ୟମ କଲା ବେଳେ ଜଣେ ଫେରାର ହୋଇଥିଲା ।

ଲୋକେ 2 ଜଣକୁ କାବୁ କରିଥିଲେ ଓ ପୋଲିସକୁ ସୂଚନା ଦେଇ ବନ୍ଧୁକ ଓ ଖଣ୍ଡା ସହ ଉଭୟଙ୍କୁ ହସ୍ତାନ୍ତର କରିଥିଲେ । ପୋଲିସ 2 ମାତାଲ ଯୁବକଙ୍କୁ ନିଜ ହେପାଜତକୁ ନେବା ସହ ବନ୍ଧୁକ ଓ ଖଣ୍ଡା ଜବତ କରିଛି। ବ୍ରଜରାଜନଗର ପୋଲିସ ପରେ ସମସ୍ତଙ୍କୁ ଗିରଫ କରିବା ସହ ଜବତ ବନ୍ଧୁକ ଏକ ଖେଳନା ବନ୍ଧୁକ ବୋଲି ସ୍ପଷ୍ଟ କରିଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:କାଳୀପୂଜା ସଂକୃତିକ କାର୍ଯ୍ୟକ୍ରମ ରେ ବୁଲିଲା ଖଣ୍ଡା ଓ ବନ୍ଧୁକ ,3 ଗିରଫ ।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ବୁନ୍ଦିଆ ଗାଁ ରେ କାଳୀପୂଜା ସାଂସ୍କୃତିକ କାର୍ଯ୍ୟକ୍ରମରେ 3 ଜଣ ଉଦ୍ଦତ ଯୁବକଙ୍କ ଉତ୍ପାତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେମାନେ ଖୋଲାଖୋଲି ଭାବେ ହାତରେ ଖଣ୍ଡା ଓ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲେ । ଉପସ୍ଥିତ ଲୋକେ ସେମାନଙ୍କୁ କାବୁ କରି ପୋଲିସ ର ଜିମା ଦେଇଥିଲେ । ପ୍ରତ୍ୟକ୍ଷ ଦର୍ଶୀ ଙ୍କ କହିବା ଅନୁସାରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଚାଲିଥିଲା । ରାତି 2ଟା ବେଳେ ସେହି ଅଞ୍ଚଳର ଦିନେଶ ଖଡ଼ିଆ, ହରବିନନ୍ଦ ସହିସ,ଗଣେଶ ରାଉତ ମାତାଲ ଅବସ୍ଥାରେ ପହଞ୍ଚି ଥିଲେ ଓ ହାତରେ ବନ୍ଧୁକ ଓ ଖଣ୍ଡା ଧରି ହୋ ହାଲା କରିଥିଲେ । ଉପସ୍ଥିତ ଲୋକେ ସେମାନଙ୍କୁ ଧରିବାକୁ ଉଦ୍ୟମ କଲା ବେଳେ ଜଣେ ଫେରାର ହୋଇଥିଲା। ଲୋକେ 2 ଜଣକୁ କାବୁ କରିଥିଲେ ଓ ପୋଲିସ କୁ ସୂଚନା ଦେଇ ବନ୍ଧୁକ ଓ ଖଣ୍ଡା ସହ ଉଭୟଙ୍କୁ ହସ୍ତାନ୍ତର କରିଥିଲେ । ପୋଲିସ 2 ମାତାଲ ଯୁବକଙ୍କୁ ନିଜ ହେପାଜତକୁ ନେବା ସହ ବନ୍ଧୁକ ଓ ଖଣ୍ଡା ଜବତ କରିଛି। ବ୍ରଜରାଜନଗର ପୋଲିସ 3 ଜଣଙ୍କୁ ଗିରଫ କରିଥିବା ସ୍ପଷ୍ଟ କରିଛି। ଜବତ ବନ୍ଧୁକ ଏକ ଖେଳନା ବନ୍ଧୁକ ବୋଲି ପୋଲିସ ସ୍ପଷ୍ଟ କହିଛି ।

ବାଇଟ:- ନୃପଚରଣ ଡ଼ନସେନା , ଅତିରିକ୍ତ ଏସପି , ଝାରସୁଗୁଡ଼ାBody:।।।Conclusion:
Last Updated : Oct 30, 2019, 12:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.