ETV Bharat / state

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ହାଇକୋର୍ଟରୁ ମିଳିଲା ଜାମିନ - ଛତିଶଗଡରେ ଅନୁପ ସାଏ

ବିଜେଡିର ପୂର୍ବତନ ନେତା ଅନୁପ ସାଏଙ୍କୁ ଛତିଶଗଡ ହାଇକୋର୍ଟରୁ ମିଳିଲା ଜାମିନ । ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମା’ ଓ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ୍‌ରେ ଥିଲେ । ଅଧିକ ପଢ଼ନ୍ତୁ

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ହାଇକୋର୍ଟରୁ ମିଳିଲା ଜାମିନ

author img

By

Published : Nov 3, 2022, 10:48 PM IST

ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ବିଜେଡିର ପୂର୍ବତନ ନେତା ଅନୁପ ସାଏଙ୍କୁ ଛତିଶଗଡ ହାଇକୋର୍ଟରୁ ମିଳିଲା ଜାମିନ । ମା’ ଓ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୦୨୦ ମସିହା ଫେବ୍ରୁଆରୀରେ ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଛତିଶଗଡ଼ରେ ଜିଲ୍ଲା ଦୌରା ଜଜ୍ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ ।

ଏହାକୁ ନେଇ ପୂର୍ବରୁ ଅନୁପ ସାଏଙ୍କ ଓକିଲ ବେଲ୍‌ ପିଟିସନ ଦାଖଲ କରିଥିଲେ । ତେବେ ବେଲ୍‌ ଆବେଦନ ଖାରଜ କରି ଦେଇଥିଲେ କୋର୍ଟ । ଏହାପରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅନୁପ ସାଏଙ୍କ ଓକିଲ । ଆଜି(ଗୁରୁବାର) ଛତିଶଗଡ଼ ହାଇକୋର୍ଟ ଅନୁପ ସାଏଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।

2016 ମସିହା ମେ ମାସରେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ତଦନ୍ତ କରିବା ସହ ଦୀର୍ଘ 4 ବର୍ଷ ପରେ ଅଭିଯୁକ୍ତ ଅନୁପ ସାଏକୁ ଗିରଫ କରାଯାଇଥିଲା । ମୃତ ମହିଳା ପୂର୍ବରୁ ବିବାହିତ ଥିଲେ । ତାଙ୍କର ଏକ ଝିଅ ମଧ୍ୟ ଥିଲା । କିନ୍ତୁ ସେ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନୁପ ସହ ଅନୈତିକ ସମ୍ପର୍କ ରଖିଥିଲେ । ତେବେ ବିବାହକୁ ନେଇ ଅନୁପ ଏବଂ କଳ୍ପନାଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଏହି ଝଗଡ଼ାରୁ ମୁକ୍ତି ପାଇବା ପାଇଁ ଲୁହା ରଡ୍‌ରେ ୨ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ଅନୁପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.