ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ରାଜପୁର ଅଞ୍ଚଳରେ ହାତୀ ଆତଙ୍କ । ବୁଧବାର ରାତିରେ ଚାରୋଟି ହାତୀ ଚାଷ ଜମିରେ ପଶି ଅନେକ କ୍ଷୟକ୍ଷତି କରିଛନ୍ତି।
ତେବେ ସେମାନଙ୍କ ମଧ୍ୟରୁ 3ଟି ହାତୀ କୁଆଡେ ଚାଲି ଯାଇଥିବା ବେଳେ ଏବେବି ଗୋଟିଏ ଦନ୍ତା ହାତୀ ଉତ୍ପାତ ଜାରି ରଖିଛି । ଯାହାକୁ ନେଇ ନିକଟସ୍ଥ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ହାତୀକୁ ଘଉଡାଇବାକୁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ