ETV Bharat / state

ସିଙ୍ଗଡା ବିକାଳିରୁ ଚାଟାର୍ଡ ଆକାଉଣ୍ଟାଣ୍ଟ

ଝାରସୁଗୁଡା ମାରୱାଡ଼ି ପଡ଼ାର ମହେଶ ଚନ୍ଦ୍ର ଶର୍ମାଙ୍କ ଆର୍ଥିକ ଅବସ୍ଥା ଠିକ ନ ଥିବା ବେଳେ ଝଣ୍ଡା ଛକ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଏକ ଠେଲାରେ ଜଳଖିଆ ବିକ୍ରି କରି ପରିବାର ଚଳାନ୍ତି। ଆଉ ଏଥିରେ ପୁଅ ଶଶିକାନ୍ତ ମଧ୍ୟ ସହାୟତା କରିଥାନ୍ତି । ହେଲେ ପାଠପଢାର ନିଶା ଆଜି ତାଙ୍କୁ ଏକ ନୂଆ ପରିଚୟ ଦେଇଛି ।

author img

By

Published : Aug 27, 2019, 6:46 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: କଥାରେ ଅଛି ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର ମାନିଥାଏ । ଆଉ ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡାରେ । ଝାରସୁଗୁଡା ସହରରେ ଥିବା ମାରୱାଡ଼ି ପଡ଼ାରେ ରହୁଥିବା ମହେଶ ଚନ୍ଦ୍ର ଶର୍ମାଙ୍କ ପୁଅ ଶଶୀକାନ୍ତ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆରୁ ସିଏ (CA) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଗୋଟିଏ ପଟେ ପେଟ ପାଇଁ ଚିନ୍ତା । ଅନ୍ୟପଟେ ପାଠ ପଢ଼ି ବଡ ମଣିଷ ହେବାର ଝୁଙ୍କ୍... ଉଭୟକୁ ସାମ୍ନା କରି ଶେଷରେ ସଫଳତାର ସ୍ବାଦ ଚାଖିଛନ୍ତି ଶଶିକାନ୍ତ । ପାରିବାରିକ ବ୍ୟବସାୟରେ ସମୟ ଦେବା ସହ ପାଠ ପଢି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାଟାର୍ଡ ଆକାଉଣ୍ଟାଣ୍ଟ (CA) ହୋଇପାରିଛନ୍ତି । ଝାରସୁଗୁଡା ମାରୱାଡ଼ି ପଡ଼ାର ମହେଶ ଚନ୍ଦ୍ର ଶର୍ମାଙ୍କ ଆର୍ଥିକ ଅବସ୍ଥା ଠିକ ନ ଥିବା ବେଳେ ଝଣ୍ଡା ଛକ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଏକ ଠେଲାରେ ଜଳଖିଆ ବିକ୍ରି କରି ପରିବାର ଚଳାନ୍ତି। ଆଉ ଏଥିରେ ପୁଅ ଶଶିକାନ୍ତ ମଧ୍ୟ ସହାୟତା କରିଥାନ୍ତି । ହେଲେ ପାଠପଢାର ନିଶା ଆଜି ତାଙ୍କୁ ଏକ ନୂଆ ପରିଚୟ ଦେଇଛି ।

ଘରର ଆର୍ଥିକ ପରିସ୍ଥିତି ପାଇଁ ବଡ଼ ଭାଇ ମନୋଜ ଅଧାରୁ ପାଠ ପଢା ଛାଡିଥିଲେ । ହେଲେ ଶଶିକାନ୍ତଙ୍କ ଇଚ୍ଛାଶକ୍ତି ଆଗରେ ଦାରିଦ୍ର୍ୟତା ହାର ମାନିଛି । ଜଣେ ଶୁଭେଚ୍ଛୁ ତାଙ୍କୁ ଚାଟାର୍ଡ ଆକାଉଣ୍ଟାଣ୍ଟ ପଢିବା ପାଇଁ ପ୍ରବର୍ତ୍ତାଇ ଥିଲେ କିନ୍ତୁ ପରୀକ୍ଷା ପ୍ରସ୍ତୁତି ପାଇଁ ହଜାର ହଜାର ଟଙ୍କାର ଆବଶ୍ୟକତା ଥିବାରୁ ସାହସ ଜୁଟାଇ ପାରି ନ ଥିଲେ ଶଶିକାନ୍ତ । ହେଲେ ଶେଷରେ ସିଏ ପରୀକ୍ଷାରେ କୃତିତ୍ବ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଏତେବଡ ସଫଳତାକୁ ନେଇ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।

ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଆଗରେ ସବୁ ପ୍ରତିବନ୍ଧକ ହାର ମାନିଥାଏ । ଝାରସୁଗୁଡାର ଶଶିକାନ୍ତଙ୍କ କ୍ଷେତ୍ରରେ ଶତ ପ୍ରତିଶତ ସତ ହୋଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.