ETV Bharat / state

ଝାରସୁଗୁଡାରୁ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

author img

By

Published : Jan 20, 2021, 10:41 PM IST

ଝାରସୁଗୁଡାରୁ ବିଦେଶୀ ମଦ ଜବତ । ଜଣେ ମହିଳାଙ୍କୁ ଗିରଫ ସହ ନାମୀ ଦାମୀ କମ୍ପାନୀର ବୋତଲ, ଠିପି ଏବଂ ନକଲି ଲେବୁଲ ଜବତ । ଅଧିକ ପଢନ୍ତୁ...

ଝାରସୁଗୁଡାରୁ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ
ଝାରସୁଗୁଡାରୁ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଝାରସୁଗୁଡା: ବ୍ରଜରାଜନଗର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଝାରସୁଗୁଡାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଛି । ଘଟଣାରେ ଜଣେ ମହିଳାଙ୍କୁ ଗିରଫ ମଧ୍ୟ କରାଯାଇଛି । ଏଥିସହ ମଦ ପ୍ୟାକେଜିଂ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ନାମୀଦାମୀ କମ୍ପାନୀର ବୋତଲ, ବ୍ରାଣ୍ଡେଡ ଠିପି ଏବଂ ଝାଡ଼ଖଣ୍ଡ ସରକାରଙ୍କ ନକଲି ଲେବୁଲ ଆଦି ଜବତ ହୋଇଛି ।

ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲା ତିଲେଇମାଲ ଗାଁର ମୀନ ବେହେରାଙ୍କ ଘରେ ଆଜି(ବୁଧବାର) ସକାଳୁ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରା ଯାଇଥିଲା । ତେବେ ଚଢାଉ ସମୟରେ ୪୬୮ ଟି ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ବିଦେଶୀ ମଦ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ତେବେ ଚଢ଼ାଉ ହୋଇଥିବା ଘରେ କେହି ପୁରୁଷ ସଦସ୍ୟ ନଥିବାରୁ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଜାଣି ଅବକାରୀ ବିଭାଗ ପକ୍ଷରୁ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ।

ଝାଡଖଣ୍ଡରେ ପ୍ରସ୍ତୁତ ମଦକୁ ଆଣି କିଛି ବ୍ୟକ୍ତି ନକଲି ଲେବୁଲ ଓ ବୋତଲରେ ଭର୍ତ୍ତି କରି ଝାରସୁଗୁଡା ଜିଲ୍ଲା ଓ ସୁନ୍ଦରଗଡ ଜିଲ୍ଲାରେ ଏହି ମଦକୁ ବିକ୍ରି କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଗିରଫ ହୋଇଥିବା ମହିଳା କହିଛନ୍ତି ତାଙ୍କର ଭାଇ ମୀନକେତନ ଏସବୁ ମଦବୋତଲ କିଛିଦିନ ପାଇଁ ଘରେ ରଖିବାକୁ କହିଥିଲେ । ଏସବୁ କାରବାର ବିଷୟରେ କିଛି ଜାଣିନଥିବା ସେ କହିଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଅବକାରୀ ଅଧୀକ୍ଷକ ଦିଲିପ କୁମାର ପଲେଇଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.