ETV Bharat / state

ଦୁଲ୍‌ଦୁଲି ମହୋତ୍ସବ ଉଦଯାପିତ, କଳାକାରଙ୍କ ସହ ନାଚିଲେ ଜିଲ୍ଲାପାଳ - ଝାରସୁଗୁଡ଼ା ମହୋତ୍ସବ

Dulduli Mahotsav: ଉଦଯାପିତ ହୋଇଯାଇଛି ଜିଲ୍ଲା ମହୋତ୍ସବ ଦୁଲଦୁଲି । 31ତମ ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଦୁଲଦୁଲି ମହୋତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଥିଲା । ଅଧିକ ପଢ଼ନ୍ତୁ

ଉଦଯାପିତ ହେଲା ଝାରସୁଗୁଡ଼ା ମହୋତ୍ସବ
ଉଦଯାପିତ ହେଲା ଝାରସୁଗୁଡ଼ା ମହୋତ୍ସବ
author img

By ETV Bharat Odisha Team

Published : Jan 7, 2024, 8:30 AM IST

ଉଦଯାପିତ ହେଲା ଝାରସୁଗୁଡ଼ା ମହୋତ୍ସବ

ଝାରସୁଗୁଡ଼ା: ଉଦଯାପିତ ହୋଇଯାଇଛି ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି । କଳା ସଂସ୍କୃତିରେ ଭରପୁର ଥିଲା ଦୁଲଦୁଲି ମହୋତ୍ସବ । 31ତମ ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଦୁଲଦୁଲି ମହୋତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ତାଳେ ତାଳେ ଝୁମିଥିଲେ ଜିଲ୍ଲାବାସୀ । ପାଞ୍ଚ ଦିନବ୍ୟାପୀ ଚାଲିଥିବା ଏହି ଦୁଲଦୁଲି ମହୋତ୍ସବ ନାଚଗୀତ ସହ ଉଦଯାପିତ ହୋଇଯାଇଛି ।

ଜାନୁଆରୀ 2ରୁ ଆରମ୍ଭ ହୋଇଥିବା ଦୁଲଦୁଲି ମହୋତ୍ସବରେ ନାଚଗୀତ ସାଙ୍ଗକୁ କଳା ସଂସ୍କୃତିର ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା । ଅନ୍ତିମ ଦିନରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ତାଙ୍କ କଳା ପ୍ରଦର୍ଶନ କରିବା ସହିତ ସାଉଁଟିଥିଲେ ଅନେକ ପ୍ରଶଂସା । ସେପଟେ ପଲ୍ଲିଶ୍ରୀ ମେଳା ମାଧ୍ୟମରେ ଗ୍ରାମୀଣ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ସହ କ୍ରୟ ବିକ୍ରୟ ହୋଇଥିଲା । ଏହା ତାଙ୍କୁ ଉତ୍ସାହିତ କରିବା ସହ ସ୍ବାବଲମ୍ବୀ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୁଲଦୁଲି ମହୋତ୍ସବର ତୃତୀୟ ସନ୍ଧ୍ୟା: ସହସ୍ରବାଘିନୀ ଚିକୁରାସୁର ବଦ୍ଧ ପରିବେଷଣ

ଏହି ଅବସରରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ସମେତ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟ , ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଓ ଲଙ୍କେଶ୍ୱର ଅମାତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ବାରା କମିଟିର ବିଭିନ୍ନ ସଦସ୍ୟ, ସଦସ୍ୟାଙ୍କ ସମେତ ପଲ୍ଲୀଶ୍ରୀ ମେଳାରେ ଶ୍ରେଷ୍ଠ ଷ୍ଟଲ, ଶ୍ରେଷ୍ଠ ବିକ୍ରେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାରେ 1 କୋଟି 30 ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ସୂଚନା ମିଳିଛି ।

ସେପଟେ ଶାଶ୍ୱତ ଯୋଶୀ କ୍ରିଏସନ, ବଙ୍ଗାଳି ସମିତି, ନାଗପୁରର ଲାବଣି, ଭାରତୀ ନୃତ୍ୟ କଳା ପରିଷଦ ବରଗଡ଼ର ଘୁଡୁକା ନୃତ୍ୟ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ତ୍ରିରଙ୍ଗା ଆକ୍ଟ ଓ କୃଷ୍ଣ ଦଶାବତାର ଆକ୍ଟ ଏବଂ ବାରିପଦାର ପ୍ରଜେକ୍ଟ ଛାଉଣୀ ପକ୍ଷରୁ ଛଉ ନୃତ୍ୟ ପରିବେଷିତ ହୋଇଥିଲା । ଏହା ସହିତ ମଞ୍ଚ ତଳେ ଶାଶ୍ୱତ ଯୋଶୀଙ୍କ ସହ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କୁ ନାଚିବାର ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.