ETV Bharat / state

Panchayat Poll: କଂଗ୍ରେସ ଗଡ ହାତେଇବା ଚେଷ୍ଟାରେ BJD-BJP

author img

By

Published : Feb 3, 2022, 5:05 PM IST

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ଥିବା ଦୁଇଟିଯାକ ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

Panchayat Poll: କଂଗ୍ରେସ ଗଡ ହାତେଇବା ଚେଷ୍ଟାରେ BJD BJP

ଝାରସୁଗୁଡା: ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗାଁଗାଁରେ ଆରମ୍ଭ ହେଲାଣି ପ୍ରଚାର । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ଥିବା ଦୁଇଟିଯାକ ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକରେ ଏବେ କୌଣସି ହେଭିୱେଟ ନେତା ପ୍ରଚାର ପାଇଁ ଆସିନଥିବା ବେଳେ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

ଚଳିତ ନିର୍ବାଚନ କୋରୋନା କଟକଣା ଭିତରେ ହେଉଥିବାବେଳେ ଏହାକୁ ମାନି ପ୍ରାର୍ଥୀମାନେ ମଧ୍ୟ ସୀମିତ ସଂଖ୍ୟକ ସମର୍ଥକଙ୍କ ସହିତ ଗାଁଗାଁରେ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ଜିଲ୍ଲାରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଲଇକେରା ବ୍ଲକ ଜୋନ-୧ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ତୁଳାବତୀ ମିଞ୍ଜ, ବିଜେପି ପ୍ରାର୍ଥିନୀ ସୈବାସିନୀ ପ୍ରଧାନ ଏବଂ କଂଗ୍ରେସ ପ୍ରାର୍ଥିନୀ ତପସ୍ବିନୀ ମୁଣ୍ଡା ଗାଁ ଗାଁରେ ବୁଲି ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବାର ପ୍ରତିଶୃତି ଦେଇ ଭୋଟ ମାଗୁଛନ୍ତି । ସମସ୍ତ ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ଲୋକଙ୍କ ଘରକୁ ଯାଇ ସେମାନଙ୍କ ଉନ୍ନତି ଏବଂ ବିକାଶର ପ୍ରତିଶୃତି ଦେବା ସହ ସମର୍ଥନ ଜଣାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ସେପଟେ ଲଇକେରା ବ୍ଲକ ଜୋନ-୨ରେ ବିଜେଡି ପ୍ରାର୍ଥିନୀ ଅଞ୍ଜୁକ୍ତା ବେହେରା, ବିଜେପି ପ୍ରାର୍ଥିନୀ ସଂଯୁକ୍ତା ଓରାମ, କଂଗ୍ରେସ ପ୍ରାର୍ଥିନୀ ସନ୍ତୋଷିନୀ କିଶାନ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି । ଲୋକଙ୍କ ପାଖକୁ ଯାଇ ଅଞ୍ଚଳର ବିକାଶର ବାର୍ତ୍ତା ଦେଉଛନ୍ତି । ତେବେ ଚଳିତ ନିର୍ବାଚନରେ ଉଚିତ ପ୍ରାର୍ଥୀ ଓ ଅଞ୍ଚଳର ବିକାଶ କାମ ଯିଏ କରିବ ତାକୁ ଭୋଟ ଦେବୁ ବୋଲି ସାଧାରଣ ଲୋକେ ପ୍ରକାଶ କରିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.