ETV Bharat / state

Viscera Decamp Case: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉପରେ ଉଠିଲା ପ୍ରଶ୍ନ, ମୁହଁ ଖୋଲିଲେ CDMO - ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଝାରସୁଗୁଡ଼ାରେ ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ହେବା ଘଟଣା (Viscera Decamp Case) । ଏ ନେଇ ମୁହଁ ଖୋଲିଲେ ମୁଖ୍ୟ ଚିକିତ୍ସା ଅଧିକାରୀ । ଅଧିକ ପଢନ୍ତୁ

Viscera Decamp Case
Viscera Decamp Case
author img

By

Published : Jan 6, 2023, 6:40 PM IST

Viscera Decamp Case

ଝାରସୁଗୁଡ଼ା: ଜିଲ୍ଲାରେ ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ହେବା ଘଟଣା (Viscera Decamp Case) । ଏହି ଘଟଣାରେ ପ୍ରଥମ କରି ମୁହଁ ଖୋଲିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ମୃତଦେହ ବ୍ୟବଚ୍ଛେଦ ଗୃହରୁ ସମୁଦାୟ ୬ଟି ଭିସେରା ଓ ବିଭିନ୍ନ ବ୍ୟବଚ୍ଛେଦ ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ଚୋରି ହେଉଥିବା କହିଛନ୍ତି ମୁଖ୍ୟ ଚିକିତ୍ସା ଆଧିକାରୀ । ଅନ୍ୟପଟେ ଏହି ଗୃହରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା ନଥିବାରୁ ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ ।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ହେବା ପରେ ପୋଲିସ ପାଖରେ ଅଭିଯୋଗ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ଗୃହରୁ ସମୁଦାୟ ୬ଟି ଭିସେରା ଏବଂ ବିଭିନ୍ନ ବ୍ୟବଚ୍ଛେଦ ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ଚୋରି ହୋଇଛି । ଏହାର ତଦନ୍ତ ବିଭାଗୀୟ ସ୍ତରରେ ମଧ୍ୟ ଚାଲିଛି । ତେବେ ଯେଉଁ ବ୍ୟକ୍ତିମାନେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦିଓ ମୃତଦେହ ବ୍ୟବଚ୍ଛେଦ ଗୃହରେ ଭିସେରା ରଖାଯାଉଛି, ତାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ଏହା ବି ପଢନ୍ତୁ- Viscera Decamp Case: ମୃତଦେହ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ଘଟଣା, ସ୍ୱାସ୍ଥ୍ୟ ବିଭାଗକୁ ବିଜେପିର ଟାର୍ଗେଟ

ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ପାଇଁ ନା ଅଛି ସିସିଟିଭିର ବ୍ୟବସ୍ଥା, ନା ରହିଛି ଅନ୍ୟ ବିକଳ୍ପ ବ୍ୟବସ୍ଥା । ତେବେ ବର୍ତ୍ତମାନ କେମିତି ଏହାର ତଦନ୍ତ ଆଗେଇବ ସେଥିପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।" ଝାରସୁଗୁଡ଼ା ଟାଉନଥାନା ଅନ୍ତର୍ଗତ ମଙ୍ଗଳବଜାର ସ୍ଥିତ ଶବବ୍ୟବଚ୍ଛେଦ ଗୃହରୁ ଭିସେରା ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର । ଚୋରି ହୋଇଥିବା ଭିସେରା ଗୁଡ଼ିକ ବିଭିନ୍ନ ମାମଲା ସହିତ ଜଡ଼ିତ ଥିବା ଯୋଗୁଁ ବିଭିନ୍ନ ଦିଗ ଉପରେ ପୋଲିସ ତଦନ୍ତ କରୁଥିବା ସହ ଖୁବଶୀଘ୍ର ଏହାର ପର୍ଦ୍ଦାଫାଶ କରିବ ବୋଲି କହିଛନ୍ତି ଝାରସୁଗୁଡ଼ା ଏସଡିପିଓ ।

ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କିପରି ଖୋଜିବ ପୋଲିସ ଏହା ମଧ୍ୟ ଏକ କାଠିକର ପାଠ । ଭିସେରା ଚୋରିର ମୁଖ୍ୟ କାରଣ କଣ ? କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡ଼ିବ । ଗତକାଲି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଭିସେରା ଚୋରିକୁ ନେଇ ଅନେକ ସମାଲୋଚନା କରାଯାଇଥିଲା । ବିଜେପି ଦାବି କରିଥିଲା ଯେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ । ସ୍ବାସ୍ଥ୍ୟ ବିଭାଗର ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଏଭଳି ଘଟଣା ଘଟିଥିବା କହିଥିଲା ଭାଜପା ।

ଇଟିଭି ଭାରତ, ଝାରସଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.