ETV Bharat / state

Panchayat Polls: ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା BJD

author img

By

Published : Jan 20, 2022, 9:58 PM IST

ଝାରସୁଗୁଡାରେ ସରଗରମ ହେଲାଣି ରାଜନୀତି । ଝାରସୁଗୁଡା ଜିଲ୍ଲାର ୫ଟି ବ୍ଲକର ସମସ୍ତ ୯ଟି ଯାକ ଆସନ ପାଇଁ ଆଜି ବିଜେଡି ପକ୍ଷରୁ ପ୍ରର୍ଥୀ ଦିଆଯାଇଛି । ଅଧିକ ପଢନ୍ତୁ

zilla parisada elections update: ପ୍ରାର୍ଥୀପତ୍ର ଦାଖଲ କଲା ଜିଲ୍ଲା ବିଜେଡି

ଝାରସୁଗୁଡ଼ା: ପାଖେଇ ଆସୁଛି ନିର୍ବାଚନ । ଝାରସୁଗୁଡାରେ ସରଗରମ ହେଲାଣି ରାଜନୀତି । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଆଜି(ଗୁରୁବାର) ପ୍ରାର୍ଥୀପତ୍ର ଦାଖଲ କରିଛି ବିଜେଡି । ଝାରସୁଗୁଡା ଜିଲ୍ଲାର ୫ଟି ବ୍ଲକର ସମସ୍ତ ୯ଟି ଯାକ ଆସନ ପାଇଁ ଆଜି ବିଜେଡି ପକ୍ଷରୁ ପ୍ରର୍ଥୀ ଦିଆଯାଇଛି । ଆଗାମୀ ନିର୍ବାଚନରେ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ଆସନ ବିଜେଡି ହାତେଇବ ବୋଲି ବିଜେଡି ଦୃଢୋକ୍ତି ପ୍ରକାଶ କରିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ରାଜ୍ୟସଭା ସାଂସଦ ସୁବାଷ ସିଂ ଓ ବିଜେଡି କର୍ମୀଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିଜେଡି ପ୍ରାର୍ଥୀମାନେ ନିଜର ନାମାଙ୍କନ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାରେ ଲୋକେ ଅନୁପ୍ରାଣିତ ହୋଇଛନ୍ତି । ତାଙ୍କରି ସମସ୍ତ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବା ଲକ୍ଷ ରଖି ବିଜେଡି ଝାରସୁଗୁଡାରେ ନିର୍ବାଚନ ମଇଦାନକୁ ଓହ୍ଲାଇବ ଏବଂ ଜିଲ୍ଲାର ସମସ୍ତ ୯ଟି ଜିଲ୍ଲାପରିଷଦ ଆସନକୁ ଅକ୍ତିଆର କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ରାଜ୍ୟସଭା ସାଂସଦ ସୁବାଷ ସିଂ ପ୍ରକାଶ କରିଛନ୍ତି ।

ବିଜେଡି ପକ୍ଷରୁ ଲଖନପୁର ବ୍ଲକର ଜୋନ-୧ରୁ ସନତ ସିଂ ପ୍ରାର୍ଥୀ ହୋଇଥିବା ବେଳେ ଜୋନ-୨ରୁ ଅକ୍ଷୟ ସାହୁ, ଜୋନ-୩ରୁ ପୁଷ୍ପଲତା ସେଠଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଝାରସୁଗୁଡା ବ୍ଲକ ଜୋନ-୧ରୁ ଝରଣା ସାଗର, ଜୋନ-୨ରୁ ଦିଗାମ୍ବର ଭୋଇ ପ୍ରାର୍ଥୀ ହୋଇଛନ୍ତି । ଲଇକେରା ବ୍ଲକ ଜୋନ-୧ରୁ ତୁଳାବତି ମିଞ୍ଜ, ଜୋନ-୨ରୁ ଅଞ୍ଜୁକ୍ତା ବେହାରେଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କୋଲାବିରା ବ୍ଲକରୁ ନୃପଲାଲ ପ୍ରସାୟତ ଓ କିର୍ମିରା ବ୍ଲକରୁ ରିତା ବାଗ ପ୍ରାର୍ଥୀ ହୋଇଛନ୍ତି । ଜିଲ୍ଲାରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସମସ୍ତ ଜିଲ୍ଲାପରିଷଦ ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ଅଧ୍ୟକ୍ଷ ଆସନ ହାତେଇଥିବା ବେଳେ ଗତ ୨୦୧୭ ନିର୍ବାଚନରେ ମଧ୍ୟ ୯ଟି ଆସନରୁ ୮ଟି ଆସନ ହାସଲ କରି ଜିଲ୍ଲାପରିଷଧ ଅଧ୍ୟକ୍ଷ ପଦ ନିଜ ଅକ୍ତିଆରକୁ ନେବାକୁ ସକ୍ଷମ ହୋଇଥିଲା ।

ତେବେ ଚଳିତ ନିର୍ବାଚନରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ସୁବାଷ ସିଂଙ୍କ ନେତୃତ୍ବରେ ବିଜେଡି ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.