ETV Bharat / state

Jharsuguda ByPoll: ବାଜିଲା ବିଗୁଲ,ଉପନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା ଉପନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ । ତେବେ ସୁରୁଖୁରୁରେ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Jharsuguda ByPoll
Jharsuguda ByPoll
author img

By

Published : Mar 31, 2023, 11:12 AM IST

Jharsuguda ByPoll

ଝାରସୁଗୁଡା: ଉପନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ମେ ୧୦ତାରିଖରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ମଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ଟିକେଟକୁ ଅପେକ୍ଷା କରିଛନ୍ତି ଆଶାୟୀ । ଅନ୍ୟପଟେ ଉପନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ ।

ବୁଧବାର ନିର୍ବାଚନ ଆୟୋଗ ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା କରିଥିଲେ । ତେବେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତକାଲି(ଗୁରୁବାର) ପ୍ରଥମେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ କରି ନିର୍ବାଚନ ଆଚରଣ ବିଧି ବିଷୟରେ ସମସ୍ତ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ପରେ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଭୂମିକା ଏବଂ ଏହି ନିର୍ବାଚନ ଆଚରଣ ବିଧି ଉପରେ ଅବଗତ କରାଇଥିଲେ । ଝାରସୁଗୁଡା ନିର୍ବାଚନ ମଣ୍ଡଳରେ ବୁଧବାର ଠାରୁ ଲାଗୁ ହେଲାଣି ଆଦର୍ଶ ଆଚରଣ ବିଧି।

ଏହା ମଧ୍ୟ ପଢନ୍ତୁ: Jharsuguda By Election: ତାରିଖ ଘୋଷଣା ପରେ ଟିକେଟକୁ ଅପେକ୍ଷା, କିଏ ହେବ ବିଜେଡି ପ୍ରାର୍ଥୀ ?

ଆଗାମୀ ମଇ ୧୦ ତାରିଖରେ ଜିଲ୍ଲାରେ କିଭଳି ସୁରୁଖୁରୁରେ ନିର୍ବାଚନ ସମ୍ପନ୍ନ ହେବ ସେନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଉପ ନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୩ ଜଣ ଭୋଟର ଭୋଟର ମଧ୍ୟରୁ ମହିଳା ଭୋଟର ସଂଖ୍ୟା ୭୧.୪୭ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୭୦.୩୮ ଅଛନ୍ତି । ଏନେଇ ଜିଲ୍ଲାପାଳ କହିଛନ୍ତି, "କୌଣସି ଧରଣର ଯେଭଳି ଅସାଧୁ ଭାବରେ କେହି ପ୍ରତିଦ୍ବନ୍ଦୀ ଭୋଟରଙ୍କୁ ପ୍ରଭାବିତ କରିପାରିବ ସେନେଇ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିବ ଏବଂ ମଦ, ଟଙ୍କା କିମ୍ବା ଅନ୍ୟ ସାମଗ୍ରୀର ଲୋଭ ଦେଖାଇ ଯେପରି ଭୋଟରଙ୍କୁ ପ୍ରଭାବିତ କରି ପାରିବନାହିଁ ସେନେଇ ମଧ୍ୟ ଏକ ଟିମ୍‌ ନଜର ରଖିବେ । ଯଦି କୌଣସି ବ୍ୟକ୍ତିଙ୍କର କୌଣସି ନିର୍ବାଚନ ସମ୍ପର୍କିତ ସମସ୍ୟା କିମ୍ବା ଅଭିଯୋଗ ଥାଏ ଏକ ଟୋଲ ଫ୍ରି ନଂ ଜାରି କରାଯିବ । ଯଦି ଘଟଣାର ସତ୍ୟତା ଥିବ ତେବେ ତତକ୍ଷଣାତ ଏକ ମୁଭିଙ୍ଗ ଟିମ ଘଟଣା ସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିବ । ଏହାସହ ଆବଶ୍ୟକ ସ୍ଥଳରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା କରାଯିବ ।"

ପ୍ରକାଶଥାଉକି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପରେ ଝାରସୁଗୁ଼ଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବିଜେଡି କାହାକୁ ଟିକେଟ ଦେବ ସେନେଇ ଚର୍ଚ୍ଚା ଜୋର ଧରିଛି । ନବ ଦାସଙ୍କ ପୁଅ ଓ ଝିଅ ମଧ୍ୟରୁ କାହାକୁ ବିଜେଡି ଟିକେଟ ଦେବ ତାକୁ ଅପେକ୍ଷା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.