ଝାରସୁଗୁଡ଼ା: ରୁଟିରେ ମହାପ୍ରଭୁଙ୍କ ପ୍ରତିଛବି । ରୁଟି ତିଆରି କରୁ କରୁ ଦିଶିଗଲା ଜଗନ୍ନାଥଙ୍କ ମୁହଁ । ଦର୍ଶନ କରିବାକୁ ସାହି ପଡିଶାଙ୍କ ଭିଡ଼ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ସହର ରେଳବାଇ କୋଲୋନୀ ନିକଟ ବାରଖୁଲି ବସ୍ତିର ନୃପତୀ ଭୋଇଙ୍କ ଘରେ ।
ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର । କେତେବେଳେ ବୃକ୍ଷରେ ତ କେତେବେଳେ ଫଳରେ ତାଙ୍କର ପ୍ରତିଛବି ଦେଖାଯିବା ଖବର ଅନେକ ଶୁଣିଥିବେ । ସେହିଭଳି ଏକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳିଛି ନୃପତୀ ଭୋଇଙ୍କ ଘରେ । ସୂଚନା ଅନୁସାରେ ନୃପତୀଙ୍କ ବୋହୁ ମାନେ ରାତିରେ ରୁଟି ତିଆରି କଲାବେଳେ ରୁଟିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ପାଇଥିଲେ । ଖବର ପାଇ ନୃପତୀଙ୍କ ଘରେ ରୁଟିରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସାହି ପଡ଼ିଶାର ଅନେକ ଲୋକ ଆସି ରୁଣ୍ଡ ହୋଇଥିଲେ । ତେବେ ବର୍ତ୍ତମାନ ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜାଘରେ ସେହି ରୁଟି ପୂଜା ପାଉଛି ।
ଇଟିଭି ଭାରତ, ଝାରସୁଗୁଡ଼ା