ETV Bharat / state

ଜମୁଛି ଜାଗର ଯାତ୍ରା, ଲୋକାରଣ୍ୟ ବିଭିନ୍ନ ଶୈବପୀଠ

author img

By

Published : Feb 18, 2023, 8:03 PM IST

ଝାରସୁଗୁଡ଼ାର ବିଭିନ୍ନ ଶୈବପୀଠରେ ମହାଆଡ଼ମ୍ବରେ ଚାଲିଛି ଜାଗର ଯାତ୍ରା । ବିନା କଟକଣାରେ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଭକ୍ତଗଣ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଜାଗର ଯାତ୍ରା
devotees offer prayer on shivaratri in jharsuguda
ଝାରସୁଗୁଡ଼ାରେ ଜମୁଛି ଜାଗର ଯାତ୍ରା

ଝାରସୁଗୁଡ଼ା: ‘କର୍ପୂରଗୌରଂ କରୁଣାବତାରମ୍, ସଂସାରସାରଂ ଭୁଜଗେନ୍ଦ୍ରହାରମ୍ । ସଦା ବସନ୍ତଂ ହୃଦୟାରବିନ୍ଦେ, ଭବଂ ଭବାନୀସହିତଂ ନମାମି‘ । ଆଜି ଦେବ ଦେବ ମହାଦେବଙ୍କ ଜାଗର ରାତ୍ରି ଅଥବା ମହାଶିବରାତ୍ରୀ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଝାରସୁଗୁଡ଼ା ସହରର ବିଭିନ୍ନ ଶୈବପୀଠ । ବିନା କଟକଣାରେ ମହାଦେବଙ୍କୁ ଦର୍ଶନ କରିଛନ୍ତି ଭକ୍ତଗଣ । ଝାରସୁଗୁଡ଼ା ସହରର ବିଭିନ୍ନ ଶୈବପୀଠ ମାନଙ୍କରେ ପୂଜା ପାଉଛନ୍ତି ପ୍ରଭୁ ତ୍ରିଲୋକିନାଥ ।

ମହାଶିବରାତ୍ରୀ ପାଇଁ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି l କୋଇଲିଘୁଘର ଶୈବ ପୀଠ, ଝଡ଼େଶ୍ୱର ମନ୍ଦିର, ପାହାଡେଶ୍ବର ଶୈବପୀଠ, ସିଂହାରପୁର ମନ୍ଦିର, ଅଢାପଡା ଶୈବ ପୀଠ ପରି ଝାରସୁଗୁଡା ଜିଲ୍ଲାର ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି l ପରିଜନଙ୍କ ସହ ଆସି ପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଆଜି ଭୋର 3ଟାରୁ ମନ୍ଦିର ପହଡ଼ ଖୋଲି ଆଳତୀ ହୋଇଥିଲା । ସମସ୍ତ ରୀତିନୀତିରେ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା ହୋଇଥିଲା । ଏହାପରେ ଭକ୍ତ ଦର୍ଶନ ଆରମ୍ଭ ହୋଇଥିଲା । ଧୂପଦୀପ, ଭୋଗଲାଗି କରି ପୂଜାର୍ଚ୍ଚନା କରାଯାଇଛି ।

ସମସ୍ତେ ଧାଡ଼ି ବାନ୍ଧି ଶୃଙ୍ଖଳିତ ଭାବେ ମହାଦେବଙ୍କ ଦର୍ଶନ କରିଥିଲେ । ସନ୍ଧ୍ୟା 6ଟାରେ ପ୍ରଥମ ପ୍ରହର ପୂଜା ଆରମ୍ଭ ହୋଇ ମଧ୍ୟରାତ୍ରୀ 12 ଟାରେ ମହାଦୀପ ଉଠିବ l ଏନେଇ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଭକ୍ତମାନେ ମନ୍ଦିର ପରିସରରେ ଦୀପ ପ୍ରଜ୍ଜଳନ କରୁଛନ୍ତି । ଏହି ଅବସରରେ ମନ୍ଦିର ପରିସରରେ ଭଜନ ସମାରୋହର ଆୟୋଜନ କରାଯାଇଛି । ଚଳିତ ବର୍ଷ କୋରୋନାର ପ୍ରାଦୁର୍ଭାବ ନଥିବା ଯୋଗୁଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବିନା କଟକଣାରେ ଶିବଙ୍କୁ ଦର୍ଶନ କରି ଭକ୍ତମାନେ ଉତ୍ସାହିତ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜାଗର ପାଇଁ ଚଳଚଞ୍ଚଳ ରାଜଧାନୀ, ଜନସମୁଦ୍ର ପାଲଟିଛି ଲିଙ୍ଗରାଜ ମନ୍ଦିର

ଚଳିତ ଥର ଭକ୍ତଙ୍କ ସମାଗମ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି । ବିନା କଟକଣାରେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଭାବବିହ୍ବଳ ହୋଇଛନ୍ତି । ଆଜିର ଦିନରେ ଉପବାସ ରହି ମହାପ୍ରଭୁଙ୍କ ନିକଟରେ ଜାଗର ଜାଳିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମନ୍ଦିରରେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ କରିବା ସହ ଦର୍ଶନ ପାଇଁ ପୂଜା କମିଟି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପମାନ ନିଆଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.