ଝାରସୁଗୁଡା: ହାଇଦ୍ରାବାଦରୁ ଶ୍ରମିକ ମାନଙ୍କୁ ଶ୍ରମିକ ଏକ୍ସପ୍ରେସର ସ୍ବତନ୍ତ୍ର ଟ୍ରେନ ଯୋଗେ ବିହାର ଅଭିମୁଖେ ଯାଉଥିବା ବେଳେ ବାଟରେ ପ୍ରସବ ଯନ୍ତ୍ରଣା ଅନୁଭବ କଲେ ଗର୍ଭବତୀ । ମହିଳାଙ୍କ କଷ୍ଟ ସୂଚନା ଜାଣିବା ପରେ ଝାରସୁଗୁଡା ରେଳଷ୍ଟେସନରେ ଝାରସୁଗୁଡା ପୋଲିସ ଓ ପ୍ରଶାସନର ଅଧିକାରୀ ଅଟକାଇଲେ ଟ୍ରେନ । ପୂର୍ବ ସୂଚନା ପାଇ ପ୍ରସ୍ତୁତ ଥିଲା ପୋଲିସ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ ଝାରସୁଗୁଡା ଥାନା ଆଇଆଇସି ସାବିତ୍ରୀ ବଳ ପୋଲିସ ପିସିଆର ଗାଡିରେ ମହିଳାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ଶିଶୁକନ୍ୟା ଜନ୍ମଦେଲେ ଗର୍ଭବତୀ ।
ତେବେ ପୋଲିସ ଉଭୟ ମା' ଓ ଶିଶୁଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ଝାରସୁଗୁଡା ପୋଲିସ ଓ ଆଇଆଇସି ସାବିତ୍ରୀ ବଳଙ୍କ କାମକୁ ପ୍ରଶଂସା କରିଛନ୍ତି ପୋଲିସ ମୁଖ୍ୟ ନିର୍ଦ୍ଦେଶକ ।

ଝାରସୁଗୁଡାରୁ ରବି ନାରାୟଣ, ଇଟିଭି ଭାରତ