ଝାରସୁଗୁଡା: ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ମନମୋହନ ସ୍କୁଲ ପଡିଆରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ । ହକିର ଜାଦୁଗର ସେଜର ଧ୍ୟାନଚାନ୍ଦଙ୍କ ପୁଣ୍ୟ ତିଥିରେ ମନମୋହନ ସ୍କୁଲ ପଡିଆ ଠାରେ ମେଜର ଧ୍ୟାନଚନ୍ଦଙ୍କୁ ସମର୍ପିତ କରି ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଆସନ୍ତା ଖେଲ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ, ଝାରସୁଗୁଡା ସହରବାସୀ କେମିତି ଶାରୀରିକ ଓ ମାନସିକ ସୁସ୍ଥ ରହିବେ, ପରିବେଶ ସୁରକ୍ଷା ଏବଂ ପେଟ୍ରୋଲ ଉପରେ ନିୟନ୍ତ୍ରଣ ରହିବ । ଏନେଇ ଏସ.ଡ଼ି.ପି.ଓ. ସୂଚନା ଦେଇଛନ୍ତି । ଏଥିସହ ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମରେ ଝାରସୁଗୁଡାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, କଲେଜର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନ ଆଦି ଯୋଗ ଦେଇଥିଲେ।ଏହି ଅବସରରେ ଝାରସୁଗୁଡା ଏସ.ଡ଼ି.ପି.ଓ ନିର୍ମଳ ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଝାରସୁଗୁଡା