ETV Bharat / state

କ୍ବାରେନଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଲା ମୋଷ୍ଟ ୱାଣ୍ଟେଡ ଅପରାଧୀ - culprit escaped from the Quarantine Center

କ୍ବାରେନଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଲା ମୋଷ୍ଟ ୱାଣ୍ଟେଡ ଅପରାଧୀ । ଝାରସୁଗଡାର ବିଟିଏମ ସ୍କୁଲ ପରିସରରୁ ଫେରାର ଯୁବକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

culprit escaped from the Quarantine Center at jharsuguda
କ୍ବାରେନଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଲା ମୋଷ୍ଟ ୱାଣ୍ଟେଡ ଅପରାଧୀ
author img

By

Published : May 4, 2020, 11:16 PM IST

ଝାରସୁଗୁଡ଼ା: କ୍ବାରେନଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଲା ମୋଷ୍ଟ ୱାଣ୍ଟେଡ ଅପରାଧୀ । ଝାରସୁଗଡାର ବିଟିଏମ ସ୍କୁଲ ପରିସରରୁ ଫେରାର ଯୁବକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

10 ଦିନ ତଳେ ରାଉରକେଲା ନାଲା ରୋଡ ଅଞ୍ଚଳର ଜଣେ ଯୁବକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସମ୍ପୃକ୍ତ ଯୁବକର ସ୍ୱାବ ଟେଷ୍ଟ ପାଇଁ ପଠାଯାଇ ଥିବାବେଳେ ସୋମବାର ଭୋରରୁ ସେ କ୍ବାରେନଣ୍ଟାଇନ କେନ୍ଦ୍ରରୁ ଫେରାର ହୋଇଯାଇଛି ।

culprit escaped from the Quarantine Center at jharsuguda
କ୍ବାରେନଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଲା ମୋଷ୍ଟ ୱାଣ୍ଟେଡ ଅପରାଧୀ

ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳର ଏକ ଅପରାଧରେ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା । ଏବେ ପୁଣି ସେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଯୁବକକୁ ଧରିବାକୁ ଉଦ୍ୟମ ଜାରି ରହିଥିବା ନେଇ ଝାରସୁଗୁଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.