ETV Bharat / state

ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା, ସିଆରପିଏଫ ଯବାନ ଗିରଫ

author img

By

Published : Feb 12, 2022, 4:16 PM IST

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ଅଭିଯୋଗ। ଏହି ଅଭିଯୋଗରେ ଜଣେ ସିଆରପିଏଫ ଯବାନ ଗିରଫ ହୋଇଥିବା ଜଣାପଡ଼ିଛି। ସିଆରପିଏଫ ଯବାନ ଜଣକ ବିବାହ ପ୍ରତିଶୃତି ଦେଇ 11 ବର୍ଷ ପ୍ରେମ ସମ୍ପର୍କ ପରେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ଅଧିକ ପଢ଼ନ୍ତୁ

crpf jawan arrested for Cheating with women in jharsuguda
ଯୁବତୀଙ୍କୁ ପ୍ରତାରଣା କରି ସିଆରପିଏଫ ଯବାନ ଗିରଫ

ଝାରସୁଗୁଡ଼ା: ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ଅଭିଯୋଗ। ଏହି ଅଭିଯୋଗରେ ଜଣେ ସିଆରପିଏଫ ଯବାନ ଗିରଫ ହୋଇଥିବା ଜଣାପଡ଼ିଛି। ସିଆରପିଏଫ ଯବାନ ଜଣକ ବିବାହ ପ୍ରତିଶୃତି ଦେଇ 11 ବର୍ଷ ପ୍ରେମ ସମ୍ପର୍କ ପରେ ଯୁବତୀଙ୍କୁ ପ୍ରତାରଣା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ।

ଯୁବତୀ ଜଣକ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ହୋଇଥିବାବେଳେ ସିଆରପିଏଫ ଯବାନ ଜଣକ ଲଖନପୁର ଥାନା ଜୟବୁଡ଼ିଆ ଗାଁର ନରେଶ ପ୍ରଧାନ । ସୂଚନା ଅନୁଯାୟୀ, 2010 ମସିହାରେ ପୀଡ଼ିତା ଜଣକ ଲଖନପୁର ବ୍ଲକ ଅଞ୍ଚଳରେ ଥିବା ଏକ ସ୍କୁଲ ହଷ୍ଟେଲରେ ନରେଶଙ୍କ ସହ ଦେଖା ହୋଇଥିଲେ। ତେବେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ନରେଶ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ l

ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ l ହେଲେ ଦୀର୍ଘଦିନ ଧରି ଉକ୍ତ ଯୁବତୀଙ୍କ ସହ କୌଣସି ସମ୍ପର୍କ ନରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ନେଇ ଯୋଜନା କରିଥିଲେ l

ଏହି ଖବର ପାଇ ଯୁବତୀ ଜଣକ ନରେଶଙ୍କ ବିରୋଧରେ ଲଖନପୁର ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ନରେଶକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି। ଏଥିସହ ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.