ETV Bharat / state

Naba Das murder case: କାଗଜ ଟୁକୁଡା ଖୋଲିବ କି ହତ୍ୟା ରହସ୍ୟ, ଗୋପାଳଙ୍କ ଭଡା ଘରେ କ୍ରାଇମବ୍ରାଞ୍ଚର ତନାଘନା - ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା

ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରିବା ଘଟଣା । ଅଭିଯୁକ୍ତ ଗୋପାଳ ଦାସଙ୍କ ଝାରସୁଗୁଡାସ୍ଥିତ ଭଡା ଘରେ ପହଞ୍ଚି ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢନ୍ତୁ

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା
ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା
author img

By

Published : Feb 3, 2023, 2:04 PM IST

Updated : Feb 3, 2023, 5:58 PM IST

କାଗଜ ଟୁକୁଡା ଖୋଲିବ ହତ୍ୟା ରହସ୍ୟ !
ଗୋପାଳଙ୍କ ଭଡା ଘରେ କ୍ରାଇମବ୍ରାଞ୍ଚର ତନାଘନା

ଭୁବନେଶ୍ବର/ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ 5 ଦିନ ବିତିଯାଇଥିଲେ ସୁଦ୍ଧା ରହସ୍ୟ ଉପରୁ ହଟିପାରୁନି ପରଦା । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ପଛରେ କେବଳ ଗୋପାଳ ଦାସ ନା ଆଉ କିଏ ଅଛନ୍ତି, ଏହାର ଖିଅ ଖୋଜିବା ପାଇଁ ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କ ଝାରସୁଗୁଡା ସ୍ଥିତ ଭଡାଘରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଭଡାଘରୁ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି । କାରଣ ଗୋପାଳ ନବ ଦାସଙ୍କୁ ହତ୍ୟା କରିବା ଦିନ ଅର୍ଥାତ ରବିବାର ଯାଏଁ ସେ ଏହି ଭଡା ଘରେ ରହୁଥିଲେ । ତେଣୁ ସେହି ଘରେ କିଛି ସୁରାକ ମିଳିଯାଇପାରେ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ଗୋପାଳକୁ ତାଙ୍କ ଭଡାଘରକୁ ଆଣି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ ।

ପ୍ରକାଶଯୋଗ୍ୟ ଯେ, ହତ୍ୟାକାଣ୍ଡର ସୁରାକ ଖୋଲିବ କି କାଗଜ ଟୁକୁରା ? ଝାରସୁଗୁଡା ବିମାନବନ୍ଦରରେ ଥିବା ଫାଇଖାନାର ଟାଙ୍କି ଖୋଳି ଏହି କାଗଜ ଟୁକୁରାକୁ ଜବତ କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଗୋପାଳ ଖୁଲାସା କରିଛି ଯେ, ହତ୍ୟାକାଣ୍ଡ ପଛର କାରଣ ସେ ଏହି କାଗଜରେ ଲେଖିଥିଲା, ଯାହାକୁ ସେ ଚିରି ଫ୍ଲସ କରିଦେଇଥିଲା । ତେବେ ସ୍ବାସ୍ଥ୍ୟମନ୍ତ୍ରୀ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି ।

୧. ବଡ ପ୍ରଶ୍ନ ଉଠୁଛି ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ । ଯେତେବେଳେ ଗୋପାଳକୁ ଗିରଫ କରାଗଲା ସେତେବେଳେ ପୋଲିସ କାହିଁକି ତାଙ୍କୁ ଯାଞ୍ଚ କଲା ନାହିଁ । ବାଥରୁମ ଯିବାକୁ କହି ସମୟ ଖୋଜି ଗୋପାଳ ଏହି କାଗ଼ଜକୁ ନଷ୍ଟ କରି ଦେଇଥିଲା । ଯଦି ପୋଲିସ ସେତେବେଳେ ଗୋପାଳକୁ ଯାଞ୍ଚ କରିଥାନ୍ତା ତେବେ ଏହି କାଗଜ ସବୁ ମିଳିଥାନ୍ତା । ହୁଏତ ହତ୍ୟାକାଣ୍ଡ ପଛର ସତ ଜଣାପଡିଥାନ୍ତା ।

୨.ଗୋପାଳକୁ ଜେରା ବେଳେ ସେ ରହୁଥିବା ଘର ସମ୍ପର୍କରେ କିଛି କହିଥିବା ଅନୁମାନ କରାଯାଉଛି । ସେଥିପାଇଁ ଆଜି କ୍ରାଇମବ୍ରାଞ୍ଚର ଟିମ ଗୋପାଳ ଦାସଙ୍କ କ୍ବାଟରରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନୁମାନ କରାଯାଉଛି ଏହି ଘରୁ ପୋଲିସକୁ କିଛି ହତ୍ୟାକାଣ୍ଡର ସୁରାକ ମିଳିପାରେ । ତେବେ ଏହି ଭଡା ଘରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: Naba Das Death Case: କ୍ରାଇମବ୍ରାଞ୍ଚକୁ ମିଳିଲା ନବ ଦାସଙ୍କ ଜୀବନ ନେଇଥିବା ଗୁଳି

୩. ଆଉ ଏକ ଦିଗ ହେଲା ଗୋପାଳ ଦାସ ଆଶଙ୍କା କରିଥିଲେ ନବ ଦାସଙ୍କ ଉପରକୁ ଗୁଳି ଚଲାଇବା ପରେ ସେ ବୋଧ ହୁଏ ଆଉ ବଞ୍ଚିବେ ନାହିଁ । ତାଙ୍କୁ ସେଠାକାର ଲୋକେ ମାରିଦେବେ କିମ୍ବା ପୋଲିସ ଏନକାଉଣ୍ଟର କରିଦେବ । ବୋଧହୁଏ ଏହି କଥାକୁ ଦୃଷ୍ଟିରେ ରଖି ସେ ପୂର୍ବରୁ କାଗଜରେ ହତ୍ୟାକାଣ୍ଡ ପଛର ରହସ୍ୟ ଲେଖିଥିଲେ । ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ କିଛି ଏପରି ତଥ୍ୟ ଦେଇଛନ୍ତି ସେ । ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ଗୋପାଳ ତାଙ୍କ ଭାଇଙ୍କୁ ଏବଂ ହୋଟେଲ କର୍ମଚାରୀଙ୍କୁ ହୋଟେଲ ବନ୍ଦ କରି ପଳାଇବାକୁ କହିଥିଲେ । ତେଣୁ ବୋଧ ହୁଏ ନିଜ ଉପରେ ବିପଦକୁ ଆଶଙ୍କା କରି ଚିଠି ଲେଖିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବଞ୍ଚିଯାଇଥିଲେ ସେତେବେଳେ ସେ କାଗଜକୁ ଚିରି ପ୍ଲସ କରିଦେଇଥିଲେ ।

୪. ହତ୍ୟାର କାରଣ ଖୋଜିଚାଲିଛି କ୍ରାଇମବ୍ରାଞ୍ଚ । ପାଇଖାନା ଟାଙ୍କିରୁ ପ୍ରମାଣ ସଂଗ୍ରହ ପରେ ଏବେ ଗୋପାଳଙ୍କ ଘରେ ପହଞ୍ଚି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । କିନ୍ତୁ ଏବେ ଅପେକ୍ଷା ରହିଛି ସିନ ରିକ୍ରିଏସନକୁ । ସିନ ରିକ୍ରିଏସନରୁ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରିବ । ଗୋପାଳ କେତେ ବେଳେ ଚିନ୍ତା କଲା ହତ୍ୟା କରିବା ପାଇଁ । ମାନସିକ ସ୍ତରରେ ପ୍ରସ୍ତୁତ ହେବା ପରେ କେମିତି ଗୁଳି ଚଳାଇବାକୁ ପାଖକୁ ଗଲା ଏସବୁ ତଥ୍ୟ ସିନ ରିକ୍ରିଏସନରୁ ଜଣାପଡିବ ।

ମନ୍ତ୍ରୀଙ୍କୁ ହତ୍ୟାର ଏଥି ମଧ୍ୟରେ ୫ ଦିନ ବିତିଗଲାଣି । ତଥାପି ରହସ୍ୟ ଉପରୁ ପରଦା ହଟାଇପାରିନାହିଁ କ୍ରାଇମବ୍ରାଞ୍ଚ । ଏବେ ଅନୁମାନ କରଯାଉଛି ଯେଉଁ କାଗଜ ଟୁକୁରା ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ସେଥିରୁ କିଛି ସୁରାକ ମିଳିପାରେ ।

ଇଟିଭି ଭାରତ, ଭୁବନେଶ୍ବର ଓ ଝାରସୁଗୁଡା

Last Updated : Feb 3, 2023, 5:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.