ETV Bharat / state

କୋଭିଡ କଟକଣାକୁ ବେଖାତିର କରୁଛନ୍ତି ବିଜେଡି ନେତା: ରାଧାରାଣୀ - snehangini chhuria

କୋଭିଡ କଟକଣାକୁ ବିଜେଡି ନେତାମାନେ କରୁଛନ୍ତି ବେଖାତିର । ଏଭଳି ଅଭିଯୋଗ ଆଣିଛନ୍ତି ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ଅଧିକ ପଢନ୍ତୁ...

covid guideline violation against bjd mla snehangini chhuria
କୋଭିଡ କଟକଣାକୁ ବେଖାତିର କରୁଛନ୍ତି ବିଜେଡି ନେତା : ରାଧାରାଣୀ
author img

By

Published : Apr 25, 2021, 11:04 PM IST

ଝାରସୁଗୁଡା : କୋଭିଡ କଟକଣାକୁ ବିଜେଡି ନେତାମାନେ କରୁଛନ୍ତି ବେଖାତିର । ଏଭଳି ଅଭିଯୋଗ ଆଣିଛନ୍ତି ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ଅତାବିରା ବିଧାୟକା ସ୍ନେହାଙ୍ଗିନୀ ଛୁରିଆ ବରଗଡ ଜିଲ୍ଲା ଭେଡେନ ବ୍ଲକରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହା କୋଭିଡ ଗାଇଡ ଲାଇନ ବାହାରେ ବୋଲି ବିଧାୟିକା ରାଧାରାଣୀ କହିଛନ୍ତି ।

କୋଭିଡ କଟକଣାକୁ ବେଖାତିର କରୁଛନ୍ତି ବିଜେଡି ନେତା : ରାଧାରାଣୀ

ମହାମାରୀ ବେଳେ ଶାସକ ବିଜେଡି ନେତାମାନେ ନିଜର ପତିଆରା ଦେଖାଉ ଥିବାବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରାଧାରାଣୀ । ସମଗ୍ର ପଶ୍ଚିମ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ହେଲେ, ଶାସକ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ମେଳି କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି । ତେବେ ରାଜ୍ୟ ସରକାର କାହିଁକି ଚୁପ ରହୁଛନ୍ତି ବୋଲି ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.