ETV Bharat / state

କ୍ରାଇମବ୍ରାଞ୍ଚକୁ ଝଟକା, ଗୋପାଳର ମାନସିକ ଯାଞ୍ଚର ଆବେଦନ ଖାରଜ

author img

By

Published : Mar 3, 2023, 6:27 PM IST

କ୍ରାଇମବ୍ରାଞ୍ଚକୁ ଝଟକା । ଗୋପାଳର ସାଇକୋଲୋଜିକାଲ ଓ ମେଣ୍ଟାଲ ଇଭ୍ୟାଲୁସନ ପିଟିସନ ଖାରଜ କଲେ ଝାରସୁଗୁଡା ଦୌରାଜଜ୍‌ । ଅଧିକ ପଢ଼ନ୍ତୁ

ନବଦାସ ହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ର ରିଭ୍ୟୁ ପିଟିସନ ଖାରଜ

ଝାରସୁଗୁଡା: ନବଦାସ ହତ୍ୟା ମାମଲା । ପୁଣି ଖାରଜ ହେଲା କ୍ରାଇମବ୍ରାଞ୍ଚର ରିଭ୍ୟୁ ପିଟିସନ l ଗୋପାଳର ସାଇକୋଲୋଜିକାଲ ଓ ମେଣ୍ଟାଲ ଇଭ୍ୟାଲୁସନ ପାଇଁ ବେଙ୍ଗାଲୋରର ନିମାହାନ୍ସକୁ ନେବା ଲାଗି କ୍ରାଇମବ୍ରାଞ୍ଚର ଆବେଦନକୁ ଝାରସୁଗୁଡା ଦୌରାଜଜ ଖାରଜ କରିଛନ୍ତି l ରିଭ୍ୟୁ ପିଟିଶନ ଖାରଜ ପରେ ହାଇକୋର୍ଟରେ ଅପିଲ କରିପାରେ କ୍ରାଇମବ୍ରାଞ୍ଚ l ତେବେ ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ହୋଇଥିବା ଆବେଦନର ଶୁଣାଣୀ ଗତ 1 ତାରିଖରେ କରି ରାୟ ସଂରକ୍ଷିତ ରଖିଥିଲେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ l

ଆଜି(ଶୁକ୍ରବାର) ଏହାର ରାୟ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିଛନ୍ତି କୋର୍ଟ l ନବଦାସ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦ୍ୱାର ଜେଲ୍‌ରେ l ଗୋପାଳର ମାନସିକ ସ୍ଥିତି ଠିକ ନଥିବା ପ୍ରଥମ ଦିନରୁ କୁହାଯାଇ ଥିବାରୁ ତାର ଅଧିକ ମାନସିକ ସ୍ଥିତି ଯାଞ୍ଚକୁ ନେଇ ନିମାହାନ୍ସକୁ ପଠାଇବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ l ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ 1 ତାରିଖରେ ଉଭୟ ପକ୍ଷରୁ ଆଇନଜୀବୀମାନେ ନିଜନିଜ ପକ୍ଷ ଉପସ୍ଥାପନ କରିଥିଲେ l ଗୋପାଳର ମାନସିକ ସ୍ଥିତି ନିମାହାନ୍ସରେ ଯାଞ୍ଚ ପାଇଁ 3 ସପ୍ତାହର ଆବଶ୍ୟକତା ଥିବା ଆବେଦନରେ ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ l

ତେବେ ପ୍ରତିପକ୍ଷ ଓକିଲ ଏହା ବିରୋଧରେ ଯୁକ୍ତି କରି ଆବେଦନ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ l ତେଵେ ଗତ 1 ତରିଖ ଶୁଣାଣୀ ଶେଷ ହେବା ପରେ ରାୟକୁ ସଂରକ୍ଷିତ ରଖି ଆଜି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ କୋର୍ଟ । ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଗତ 20 ତାରିଖ ଦିନ ଝାରସୁଗୁଡା JMFC କୋର୍ଟ ଖାରଜ କରିଥିଲେ l ଏହାପରେ ଗତ 22 ତାରିଖରେ ଝାରସୁଗୁଡ ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ l କ୍ରାଇମବ୍ରାଞ୍ଚର ଆବେଦନକୁ ଗତ 27 ତାରିଖ ଗ୍ରହଣ କରିଥିଲେ ଜିଲ୍ଲା ଦୌରାଜଜ ଏବଂ ଗତ 1 ତାରିଖ ଏହାର ଶୁଣାଣି କରିଥିବାବେଳେ ଆଜି ରାୟ ଦେବା ସହ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିଛନ୍ତି l ତେବେ ଗୋପାଳ ଦାସର 15 ଦିନ ରିମାଣ୍ଡ ମଧ୍ୟରେ ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟ, ମେଣ୍ଟାଲ ଆସେସ୍‌ମେଣ୍ଟ ଆଦି କ୍ରାଇମବ୍ରାଞ୍ଚ କରି ସାରିଥିବାରୁ ତାଙ୍କର ପୁନଃ ଆବେଦନକୁ ରିଜେକ୍ଟ କରାଯାଇଥିବା ଝାରସୁଗୁଡାର ବରିଷ୍ଠ ଓକିଲମାନେ କହିଛନ୍ତି l

ଇଟିଭି ଭାରତ, ଝାରସୁଗୁଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.