ETV Bharat / state

ଝାରସୁଗୁଡା ପୌରପରିଷଦରେ ଦୁର୍ନୀତି, ଅଭିଯୋଗ ଆଣିଲେ କାଉନସିଲର - Jharsuguda News

Corruption allegation in Jharsuguda Municipality: ଝାରସୁଗୁଡା ପୌରପରିଷଦର କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି କାଉନସିଲର । ଚେୟାରମ୍ୟାନ ଏବଂ ଭାଇସ ଚେୟାରମ୍ୟାନଙ୍କ ପାୱାର ଛଡାଇ ନେବାକୁ ବିଜେପିର ଦାବି । ଅଧିକ ପଢନ୍ତୁ

ଝାରସୁଗୁଡା ପୌରପରିଷଦରେ ଦୁର୍ନୀତି , ଅଭିଯୋଗ ଆଣିଲେ କାଉନସିଲର

author img

By ETV Bharat Odisha Team

Published : Jan 13, 2024, 10:22 PM IST

ଝାରସୁଗୁଡା ପୌରପରିଷଦରେ ଦୁର୍ନୀତି , ଅଭିଯୋଗ ଆଣିଲେ କାଉନସିଲର

ଝାରସୁଗୁଡା: ଝାରସୁଗୁଡା ପୌରପରିଷଦ ଏବେ ବିବାଦ ଘେରରେ । ଝାରସୁଗୁଡା ପୌରପରିଷଦର କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବିଜୁ ଜନତା ଦଳର ୱାର୍ଡ ନଂ-୨୩ର ବିଜେଡିର କାଉନସିଲର । ଝାରସୁଗୁଡା ପୌରପରିଷଦରେ ଚାଲିଛି ମନମୁଖୀ କାର୍ଯ୍ୟ । ବିକାଶ ଆଳରେ ବେପରୁଆ କାର୍ଯ୍ୟ ଓ ଦୁର୍ନୀତି ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ବିଜେଡ଼ି କାଉନସିଲର ରମାନ୍ନା ରାଓ କହିଛନ୍ତି ଯେ ଝାରସୁଗୁଡାରେ ଚାଲିଥିବା ଶ୍ରୀ ଜଗନ୍ନାଥ ଅର୍ପଣ ରଥରେ ଦୁର୍ନୀତି ହୋଇଛି । ଝାରସୁଗୁଡା ପୌରପରିଷଦରେ ମୋଟ ୨୪ ୱାର୍ଡ ପାଇଁ ୨ ଲକ୍ଷ ହିସାବ ରେ ୪୮ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

ମାତ୍ର ପୌରପରିଷଦର କିଛି ଭ୍ରଷ୍ଟାଚାରୀ ଅଧିକାରୀ ମାନେ ଏହି ଟଙ୍କାରେ ମଧ୍ୟ ବାଟ ମାରଣା କରିଛନ୍ତି । ନିୟମ ଅନୁସାରେ କାଉନସିଲର ମାନଙ୍କ ମିଟିଂ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା କଥା କିନ୍ତୁ ତାହା ହୋଇ ନାହିଁ । ଲୋକଙ୍କ ଆସ୍ଥା ସହିତ ଖେଳୁଛନ୍ତି । ସେହିପରି ବିଜେପିର କାର୍ଯ୍ୟକ୍ରମକୁ ତୁଳନା କଲେ ଅର୍ପଣ ରଥ ବହୁତ ପଛରେ ରହିଛି । ଏ ସମ୍ପର୍କରେ ଏକ୍ସିକ୍ୟୁଟିଭ ଅଫିସରଙ୍କୁ ଜଣାଇବା ସହ ଚେୟାରମ୍ୟାନଙ୍କୁ ମଧ୍ୟ ଜଣା ଯାଇଛି । ଯଦି ଏ ସମ୍ବନ୍ଧରେ କୋଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ଆଉ ୧୫ ଦିନ ପରେ ଝାରସୁଗୁଡା ପୌରପରିଷଦରେ ହେଉଥିବା ଦୁର୍ନୀତିର କଳା ଚିଠା ପ୍ରକାଶ କରିବେ ବୋଲି କାଉନସିଲର ରମାନ୍ନା ରାଓ ଧମକ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଝାରସୁଗୁଡାରେ ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ ଓ ଗୁଆ ସଂଗ୍ରହ

ଏହି ଅଭିଯୋଗକୁ ନେଇ ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ ଝାରସୁଗୁଡା ପୌରପରିଷଦ ଭ୍ରଷ୍ଟାଚାରର ଗନ୍ତାଘର ପାଲଟିଛି । ସେହିପରି ଉଦ୍ଦେଶ୍ୟ ମୂଳକ ଭାବେ ବିଜେପି କାଉନସିଲର ମାନଙ୍କ ୱାର୍ଡକୁ ସଫେଇ କର୍ମଚାରୀ ଯାଉନାହାଁନ୍ତି । ପୌରପରିଷଦ ସମ୍ପୂର୍ଣ୍ଣ ଭାବେ ରିମୋଟ୍ କଣ୍ଟ୍ରୋଲ ଦ୍ବାରା ପରିଚାଳିତ ହେଉଛି ଏବଂ ସମସ୍ତ ଦୁର୍ନୀତିର କଳାଟଙ୍କା ନିର୍ଦ୍ଦିଷ୍ଟ ଏକ ପରିବାରକୁ ଯାଉଛି । ଚେୟାରମ୍ୟାନ କେବଳ ନାମ ମାତ୍ରକୁ ସଖୀ କଣ୍ଢେଇ ସାଜିଛନ୍ତି । ଯଥାଶୀଘ୍ର ଏହାର ତଦନ୍ତ କରାଯାଉ ଚେୟାରମ୍ୟାନ ଏବଂ ଭାଇସ ଚେୟାରମ୍ୟାନଙ୍କ ପାୱାର ଛଡାଇ ନିଆଯାଉ । ସମସ୍ତ ନିର୍ବାଚିତ କାଉନସିଲରଙ୍କୁ କ୍ଷମତା ଦିଆଯାଉ । ବିଜେପି ୱାର୍ଡ ନମ୍ବର 3 ର କାଉନସିଲର ବନ୍ଦନା ମୁନ୍ଦ୍ରା ମଧ୍ୟ କହିଛନ୍ତି କି ନିଜେ କାଉନସିଲର ହୋଇ ମଧ୍ୟ ତାଙ୍କର ୱାର୍ଡ ରେ କୌଣସି କାମ କରି ପାରୁନାହଁ । ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଦୁର୍ନୀତି ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ ନଚେତ ବିଜେପି ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.