ଝାରସୁଗୁଡା: ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ 5ଟି ସଚିବ ଭିକେ ପାଣ୍ଡିଆନ । ଆଜି ଉଭୟ ଝାରସୁଗୁଡା ଗସ୍ତ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏକ ସ୍ବତନ୍ତ୍ର ହେଲିକେପ୍ଟରରେ ଉନ୍ନୟନ କମିଶନର ଓ 5ଟି ସଚିବ ଝାରସୁଗୁଡାରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଅଫିସରେ ଉଚ୍ଚସ୍ତରୀୟ ଅଧିକାରୀ କୋରୋନା ସ୍ଥିତି ସମୀକ୍ଷା ପରେ ସୁନ୍ଦରଗଡ ଯିବାର କାର୍ଯ୍ୟକ୍ରମ ରହିଛି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ