ETV Bharat / state

Jharsuguda bypoll: ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ସମନ୍ୱୟ ବୈଠକ

author img

By

Published : Apr 22, 2023, 3:23 PM IST

ଝାରସୁଗୁଡା ଉପନିର୍ବାଚନ ନେଇ ପୋଲିସ ଓ ମାଜିଷ୍ଟ୍ରେଟ ମଧ୍ୟରେ ସମନ୍ୱୟ ବୈଠକ । ଅଧିକ ପଢନ୍ତୁ

Etv Bharat
Etv Bharat

ଝାରସୁଗୁଡା: ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏହା ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା , ଅପରାଧିକ କାର୍ଯ୍ୟ କଳାପ ଉପରେ ରୋକ ଲଗାଇବା, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ନୀତି ନିୟମ କିପରି ଅନୁପାଳନ ହେବ ସେ ସଂକ୍ରାନ୍ତରେ ସମନ୍ୱୟ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲା ଦଣ୍ଡାଧିକାରୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

Jharsuguda bypoll
Jharsuguda bypoll

ନିର୍ବାଚନ ପରିପ୍ରେକ୍ଷୀରେ ଫ୍ଲାଇଂ ସ୍କ୍ବାର୍ଡ, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ପୋଲିସ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ନିର୍ବାଚନ କାର୍ଯ୍ୟରେ ମୁତୟନ ହେବାକୁ ଥିବା କର୍ମଚାରୀ ଓ ପୋଲିସ ବାହିନୀ ସକାଶେ ଆବଶ୍ୟକୀୟ ଯାନବାହନ ବ୍ୟବସ୍ଥା ଗ୍ରହଣ ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପରିଚାଳନା ଏକ ଦଳଗତ କାର୍ଯ୍ୟ । ସମସ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଆନ୍ତରିକତାର ସହ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ମୁତୟନ ପୋଲିସ କର୍ମୀ ଓ ମାଜିଷ୍ଟ୍ରେଟ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ନିର୍ବାଚନ ମଣ୍ଡଳୀ ଭିତରକୁ ପ୍ରବେଶ କରୁଥିବା ଯାନବାହନ ଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରିବାକୁ ଆରକ୍ଷୀ ଅଧିକ୍ଷକ ମତ ରଖିଥିଲେ।

ଯାଞ୍ଚକୁ ଅଧିକ କଡ଼ାକଡ଼ି ପାଇଁ ଫ୍ଲାଇଂ ସ୍କ୍ବାର୍ଡ ସଂଖ୍ୟା ବୃଦ୍ଧି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଗ୍ରୀଷ୍ମପ୍ରବାହ ତଥା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ତଥା ପ୍ରାର୍ଥୀମାନଙ୍କୁ ସଭାସମିତି , ଶୋଭାଯାତ୍ରାରେ ପାନୀୟ ଜଳ ଓ ସାମାଜିକ ଦୂରତା ବଜାୟ ରଖିବା ସକାଶେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ପାଇଁ ଆଲୋଚନା କରାଯାଇଥିଲା । ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଝାରସୁଗୁଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ ଏ ଦିଗରେ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିନା ପକ୍ଷପାତରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଦାୟିତ୍ୱ ନିର୍ବାହ ପାଇଁ ସତର୍କ କରାଯାଇଛି ।

ବୈଠକରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି.ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ପ୍ରବନ୍ଧକ ନିର୍ଦ୍ଦେଶ ଆଲୋମଣୀ ସେଠୀ, ଏସ୍ ଡି ପି ଓ ନିର୍ମଳ ମହାପାତ୍ର , ଡିଏସପି ବନଶ୍ରୀ ରାଉତରାୟ, ଆରଟିଓ ଦିନବନ୍ଧୁ ଶୁଣ୍ଢି ,ଡେପୁଟି କଲେକ୍ଟର ସୁଚିତା ପୁଷ୍ପା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.