ଝାରସୁଗୁଡା: ମହିଳାଙ୍କୁ ଅଶ୍ରୀଳ ଇଙ୍ଗିତ କରୁଥିବା ବୁଲ୍ଲି ବାଈ ଆପରେ ସମ୍ପୃକ୍ତି ନେଇ ଓଡିଶାରୁ ଗିରଫ ହୋଇଥିବା ଯୁବକ ଝାରସୁଗୁଡାର । ସମ୍ପୃକ୍ତି ଅଭିଯୋଗ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗୁରୁବାର ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ଯୁବକ ଜଣକ ଇବ ପିଟ ଅଞ୍ଚଳର ନିରଜ କୁମାର ସିଂ(28) ବୋଲି ଜଣାପଡିଛି l ବୁଲ୍ଲି ବାଈ ଆପ ମାଧ୍ୟମରେ ଯୁବତୀମାନଙ୍କ ଫୋଟୋ ପୋଷ୍ଟ କରି ନିଲାମ ଡାକିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:- Bullibai app: ଓଡିଶାରୁ ଇଞ୍ଜିନିୟରିଂ ଛାତ୍ର ଗିରଫ, ଆପ୍ ତିଆରିରେ ଥିଲା ମୁଖ୍ୟ ଭୂମିକା !
ନୀରଜ ଭୁବନେଶ୍ବରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ କରୁଥିବା ଜଣାପଡିଛି । ଏହାସହ ସେ ଏମ୍ବିଏ ଛାତ୍ର ବୋଲି ଜଣାପଡିଛି । ଇଞ୍ଜିନୟରିଂ ଛାତ୍ର ହୋଇଥିବାରୁ ବୁଲ୍ଲି ବାଈ ଆପ୍ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା । ଗତ କିଛି ଦିନ ହେଲା ନୀରଜକୁ ଖୋଜୁଥିଲା ମୁମ୍ବାଇ ସାଇବର ସେଲ୍ । ଶେଷରେ ଓଡିଶାରୁ ନୀରଜକୁ ଧରିବାରେ ସଫଳ ହୋଇଛି ପୋଲିସ । ଓଡ଼ିଆ ଯୁବକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇସାରିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ