ETV Bharat / state

ଦରମା ବୃଦ୍ଧି ନେଇ ରାସ୍ତାରେ ଝାରସୁଗୁଡ଼ା ପ୍ରାଥମିକ ଶିକ୍ଷକ ସଂଘ

author img

By

Published : Oct 30, 2022, 7:20 AM IST

ରାଜରାସ୍ତାକୁ ଓଲ୍ହାଇଛନ୍ତି ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ । ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକଙ୍କ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ଦରମା ବୃଦ୍ଧି ନେଇ ରାସ୍ତାରେ ଝାରସୁଗୁଡ଼ା ପ୍ରାଥମିକ ଶିକ୍ଷକ ସଂଘ
ଦରମା ବୃଦ୍ଧି ନେଇ ରାସ୍ତାରେ ଝାରସୁଗୁଡ଼ା ପ୍ରାଥମିକ ଶିକ୍ଷକ ସଂଘ

ଝାରସୁଗୁଡ଼ା: ରାଜରାସ୍ତାକୁ ଓହ୍ଲାଇଛନ୍ତି ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ (Contractual Primary teacher association)। ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭରେ ଜିଲ୍ଲାର ହଜାର ହଜାର ପ୍ରାଥମିକ ଶିକ୍ଷକ ସାମିଲ ହୋଇଛନ୍ତି ।
ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରିଥିବା ଅଭିଯୋଗ କରିଅଛନ୍ତି ପ୍ରାଥମିକ ଶିକ୍ଷକ । ୨୦୦୧ ମସିହାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବାରେ ଏହି ଶିକ୍ଷକମାନେ ଅଣ୍ଟା ଭିଡିଥିଲେ । ଦୀର୍ଘ ୨୨ ବର୍ଷ ଧରି ଅବିରତ କାମ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ହକ୍ ମିଳିନାହିଁ ।

2013 ପୂର୍ବରୁ ଚୁକ୍ତି ଭିତ୍ତିକ ଭାବରେ ଚାକିରୀ କରୁଥିବା ପ୍ରାଥମିକ ଶିକ୍ଷକଙ୍କୁ ଏନପିଏସ ମାନ୍ୟତା ଦେଇ ସରକାର ନୂତନ ପେନସନ ଯୋଜନା ଏମାନଙ୍କ ପାଇଁ ଲାଗୁ କରିଛନ୍ତି । ଯାହାକୁ ଏମାନେ ଅଗ୍ରାହ୍ୟ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ଦାବି କରିଛନ୍ତି (Contractual Primary teachers protest for over rising pay) । ସେହିପରି ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଚାକିରୀ ସୁବିଧା ଦେବାକୁ ଦାବି କରିଛନ୍ତି ପ୍ରାଥମିକ ଶିକ୍ଷକ । ଯଦି ଆଗାମୀ ଦିନରେ ଚୁକ୍ତିଭିତ୍ତିକ ନିଯୁକ୍ତି ନଉଠାଯାଏ, ତେବେ ହଜାର ହଜାର ଶିକ୍ଷକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରାଥମିକ ଶିକ୍ଷକ ସଂଘ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସବୁଠି ନିନ୍ଦା କରାଯାଇଛି ।

ସରକାର ନିଜ ଦାୟିତ୍ବକୁ କେବଳ ଉପହାର ବୋଲି ଡିଣ୍ଡିମ ପିଟା ବନ୍ଦ କରନ୍ତୁ ବୋଲି କହିଛନ୍ତି ଝାରସୁଗୁଡ଼ା ସଙ୍ଘର ସଦସ୍ୟ । ଗୋଟିଏ ପଟେ ପ୍ରାଥମିକ ଶିକ୍ଷକମାନଙ୍କୁ ମିଳିବାକୁ ଥିବା ଗ୍ରେଡ୍‌ ପେ ୨୮ ଶହ ଟଙ୍କା ଏଯାଏଁ ମିଳିନାହିଁ । ଏହାସହ ୬ ବର୍ଷର ଠିକା କାର୍ଯ୍ୟକାଳକୁ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକମାନେ । ତେଣୁ ସରକାର ଶୀଘ୍ର ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ପୁରୁଣା ପେନସନ ସ୍କିମ ଲାଗୁ କରିବାସହ ୨୮ ଗ୍ରେଡ ପେ ପ୍ରଦାନ କରନ୍ତୁ, ୬ ବର୍ଷ ଚାକିରୀକୁ ଗଣନା କରାଯିବା ସହିତ ex cader ଉଛେଦ କରାଯାଉ ବୋଲି ଦାବି କରିଛନ୍ତି ।

ଏ ସମ୍ପର୍କରେ ଶିକ୍ଷୟିତ୍ରୀ ଅମୂଲ୍ୟ ମଞ୍ଜରୀ ସିଂହ କହିଛନ୍ତି, ସରକାର ଆମକୁ ବହୁତ ଆଗରୁ ଅଣଦେଖା କରୁଛନ୍ତି । ଏହାସହ ଅନେକ ଶିକ୍ଷକ ମାନଙ୍କର ନାନା ଗୋଷ୍ଠୀ ତିଆରି କରି ବିଭିନ୍ନ ପ୍ରକାରର ଖେଳ ଖେଳିଲା ଭଳି ଖେଳୁଛନ୍ତି । ମୁଖ୍ୟତଃ ଆମର ଯେଉଁ ଏନପିଏସ ଅଛି ସେହି ଏନପିଏସର ଉଚ୍ଛେଦ ଚାହୁଁଛୁ । ଏହାସହ ପୁରୁଣା ପେନସନ ଲାଗୁ କରନ୍ତୁ । ଯଦି ସରକାର ଆମ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ।

ଇଟିଭି ଭାରତ, ଝାରସୁଗୁଡ଼ା

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.