ETV Bharat / state

ଝାରସୁଗୁଡ଼ାରେ ବେପରୁଆ ବାଲି ମାଫିଆ, ଅଙ୍କୁଶ ନଲାଗିଲେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରସର ଧମକ - ଝାରସୁଗୁଡ଼ାରେ ବାଲି ଚୋରା ଚାଲାଣ

jharsuguda illegal sand smuggling: ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ । ବାଲି ମାଫିଆଙ୍କ ଉପରେ ଅଙ୍କୁଶ ନଲଗାଇଲେ ରାଜରାସ୍ତାକୁ ଓହ୍ଲାଇବ ଜିଲ୍ଳା କଂଗ୍ରେସ । ଅଧିକ ପଢ଼ନ୍ତୁ

Congress press meet
Congress press meet
author img

By ETV Bharat Odisha Team

Published : Dec 24, 2023, 3:37 PM IST

Congress press meet

ଝାରସୁଗୁଡ଼ା: କଂଗ୍ରେସର ଟାର୍ଗେଟରେ ଏବେ ବାଲି ମାଫିଆ ଏବଂ ଜିଲ୍ଲା ପ୍ରଶାସନ । ବାଲି ମାଫିଆଙ୍କ ଉପରେ ଅଙ୍କୁଶ ନଲଗାଇଲେ ରାଜରାସ୍ତାକୁ ଓହ୍ଲାଇବ ଜିଲ୍ଳା କଂଗ୍ରେସ । ଏନେଇ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବାଲି ମାଫିଆଙ୍କ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ହେଲା ଏଠାରେ ବେଆଇନ ଭାବରେ ବାଲି ଚାଲାଣ ହେଉଥିବାରୁ ରାଜସ୍ୱ କ୍ଷତି ହେଉଛି । ପ୍ରଶାସନିକ ସ୍ତରରେ ଅବହେଳାରୁ ବାଲି ମାଫିଆଙ୍କ ରୋକ୍‌ ଲାଗି ପାରୁନଥିବ ଝାରସୁଗୁଡ଼ା କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ- ବାଲିମାଫିଆଙ୍କ ଗୁଣ୍ଡାରାଜ, ବନ କର୍ମଚାରୀଙ୍କୁ ଆକ୍ରମଣ

ତେବେ ଜିଲ୍ଲାରେ ରହିଥିବା ଇବ ନଦୀ, ଖେରୁଆଲ ତଥା ଆଖପାଖ ନଦୀ କୂଳରେ ବିଭିନ୍ନ ବାଲିଘାଟରୁ ବେଆଇନ ବାଲି ଚାଲାଣ ହେଉଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ବାଲି ମାଫିଆମାନେ ନିୟମ ବାହାରେ ଯାଇ ବାଲି ଉଠାଣ କରୁଥିବା ସହ ନକଲି ୱେ' ଫର୍ମ ବ୍ୟବହାର କରି ଖୋଲାଖୋଲି ଭାବରେ ଗୁଣ୍ଡାରାଜ୍ ଚଲେଇଛନ୍ତି । ତେଣୁ ଏହି ବେଆଇନ ବାଲି ଚାଲାଣରେ ଜିଲ୍ଲା ପ୍ରଶାସନର ରେଭିନ୍ୟୁ ଓ ମାଇନିଂ ବିଭାଗକୁ ଦାୟୀ କରିଛି କଂଗ୍ରେସ । ଯେଉଁ ବାଲି ମାଫିଆମାନଙ୍କ ଉପରେ ଫାଇନ୍‌ ତଥା ପେନାଲ୍ଟି ଲଗାଯାଇଛି ବର୍ଷ ବର୍ଷ ଧରି ସେମାନଙ୍କ ପାଖରୁ ତାହା ଆଦାୟ ହୋଇପାରୁ ନାହିଁ । ଏଥିସହ ନିଜ ସମ୍ପର୍କୀୟମାନଙ୍କ ନାମରେ ସେହି ବାଲି ମାଫିଆମାନେ ଲିଜ୍ ନେଇ ବାଲି ଉଠାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ, ନାହିଁ ପ୍ରଶାସନର ନିଘା !

ଏହା ମଧ୍ୟ ପଢନ୍ତୁ- ଫେଲ ମାରିଛି ଅପରେସନ ସ୍ୟାଣ୍ଡ ଷ୍ଟ୍ରମ, ଚାଲିଛି ବେଧଡ଼କ ବେଆଇନ ବାଲି ଉତ୍ତୋଳନ

ବେଆଇନ କାର୍ଯ୍ୟ ଉପରେ ଘଣ୍ଟ ଘୋଡ଼ାଇବା ସହିତ ଟିକସ ମଧ୍ୟ ଫାଙ୍କୁଛନ୍ତି । ଏଥିରେ ସେହି ବାଲି ମାଫିଆ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ମଧୂଚନ୍ଦିକା ଲାଗି ରହିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏହି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଳା ମୁଖପାତ୍ର ତଥା ଓ ବିସି ମୋର୍ଚ୍ଚା ସଭାପତି ସୁବ୍ରତ ପ୍ରଧାନ, ଟାଉନ ସଭାପତି ଦେବେନ୍ଦ୍ର ବାରିକ, ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ତ୍ରିପାଠୀଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.