ETV Bharat / state

Jharsuguda By Poll: ଝାରସୁଗୁଡ଼ା ଗସ୍ତରେ କଂଗ୍ରେସର ପ୍ରାର୍ଥୀ ଚୟନ କମିଟି - କଂଗ୍ରେସର 5 ଜଣିଆ ବିଧାୟକ

ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରିଛି କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି । ବିଧାୟକ ସନ୍ତୋଷ ସିଂ ସାଲୁଜା ଏଥିରେ ଅଧ୍ୟକ୍ଷ ରହିଥିବା ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ଭାବେ ସାମିଲ ରହିଛନ୍ତି । ଅଧିକ ପଢନ୍ତୁ

congress candidate selection committee
congress candidate selection committee
author img

By

Published : Apr 3, 2023, 4:10 PM IST

ଝାରସୁଗୁଡ଼ା ଗସ୍ତରେ କଂଗ୍ରେସର ପ୍ରାର୍ଥୀ ଚୟନ କମିଟି

ଝାରସୁଗୁଡା: ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଏନେଇ ୩ ରାଜନୈତିକ ଦଳ ଜୋରଦାରରେ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରିଛି କଂଗ୍ରେସର ପ୍ରାର୍ଥୀ ଚୟନ କମିଟି । କଂଗ୍ରେସର 5 ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ପହଞ୍ଚିଛନ୍ତି । ବିଧାୟକ ସନ୍ତୋଷ ସିଂ ସାଲୁଜା ଏଥିରେ ଅଧ୍ୟକ୍ଷ ରହିଥିବା ରହିଥିବା ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ଭାବେ ସାମିଲ ରହିଛନ୍ତି । ଏହି ଟିମ୍‌ ଆଜି ଝାରସୁଗୁଡା ଜିଲ୍ଲା କାର୍ଯାଳୟରେ ପହଞ୍ଚିବା ପରେ କିର୍ମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଲକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡିବେ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ବିଜେଡ଼ି ତା ପ୍ରାର୍ଥୀ ନାଁ ଘୋଷଣ କରିଥିଲା । ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବରୁ ଝାରସୁଗୁଡ଼ାକୁ ଏକ ଟିମ୍‌ ଆସି କର୍ମୀଙ୍କ ସହ ଆଲୋଚନା କରିଥିଲା । ଯାହା ନାଁ କର୍ମୀମାନେ କହିବେ ସେହି ନାଁରେ ପିସିସି ମୋହର ମାରିବ । ସେହିପରି ଆଜି ଚୟନ କମିଟିର ମୁଖ୍ୟ ସନ୍ତୋଷ ସିଂ ସାଲୁଜା, ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଝାରସୁଗୁଡ଼ା ଆସି କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

ଝାରସୁଗୁଡା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବା ବେଳେ ଯାହାଙ୍କ ଜିତିବାର ଅଧିକ ସମ୍ଭାବନା ଥିବ ତାକୁ କଂଗ୍ରେସ ପ୍ରାର୍ଥୀ କରିବ । ଏଥିସହ ଆଜିର ରିପୋର୍ଟକୁ ପିସିସି କମିଟି ନିକଟରେ ଅବଗତ କରାଯିବା ପରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଚୟନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଳକ ଓ ଝାରସୁଗୁଡ଼ା ପୌର ପରିଷଦର କର୍ମୀଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯିବ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉକି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ମେ 10 ତାରିଖରେ ଭୋଟ ଗ୍ରହଣ ହେବା ସହ ମେ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏପ୍ରିଲ 13 ତାରିଖରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ 20 ତାରିଖ ସୁଦ୍ଧା ନାମାଙ୍କନ ଓ ଏପ୍ରିଲ 24 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇଥିବା ମହେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ସ୍ଵର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ଜିଲ୍ଲା ସଭାପତି ଅଶୋକ ମିଶ୍ର ପୂର୍ବରୁ ପ୍ରାର୍ଥୀଙ୍କ ନାମ ତାଲିକାରେ ରହିଛି । କଂଗ୍ରେସ ମହିଳା କାର୍ଡ ଖେଳି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ନମିତା ବିଶ୍ବାଳଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ କେବେ ଓ କାହା ନାଁ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.