ETV Bharat / state

ଜିଲ୍ଲାର ୧୧ଟି ଡାକ୍ତରଖାନାକୁ ସମ୍ବର୍ଦ୍ଧନା - କାୟାକଳ୍ପ ପୁରସ୍କାର ଜିତିଥିବାରୁ ୧୧ ଗୋଟି ଡାକ୍ତରଖାନାକୁ ସମ୍ବର୍ଦ୍ଧନା

ଜିଲ୍ଲାର ୧୧ଟି ଡାକ୍ତରଖାନା କାୟାକଳ୍ପ ପୁରସ୍କାର ଜିତିଥିବାରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଜିଲ୍ଲାର ୧୧ ଗୋଟି ଡାକ୍ତରଖାନାକୁ ସମ୍ବର୍ଦ୍ଧନା

author img

By

Published : Jun 20, 2022, 8:48 AM IST

ଝାରସୁଗୁଡ଼ା: ଜିଲ୍ଲାର ୧୧ ଗୋଟି ଡାକ୍ତରଖାନା କାୟାକଳ୍ପ ପୁରସ୍କାର ଜିତିଥିବାରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ରାଜ୍ୟସ୍ତରୀୟ ତିନି ଜଣିଆ କାୟାକଳ୍ପ ପ୍ରତିନିଧି ଦଳ ଗତ ୧୨ ତାରିଖରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଝାରସୁଗୁଡାର ବିଭିନ୍ନ ଡାକ୍ତରଖାନା ବୁଲି ଦେଖିଥିଲେ । ପ୍ରତିନିଧି ଦଳର ଏହି ପରିଦର୍ଶନ ବେଳେ ଡାକ୍ତରଖାନାର ସୌନ୍ଦର୍ଯ୍ୟ କରଣ, ଔଷଧୀୟ ବଗିଚା, ଡାକ୍ତରଖାନା ସଫା ଓ ସୁତୁରା, ଜୈବ ବର୍ଜ୍ୟବସ୍ତୁ ପରିଚାଳନା, ରୋଗ ସଂକ୍ରମଣ ହାର, ପ୍ରସୂତି ବିଭାଗ, OPD, IPD, Operation theatre, ଡାକ୍ତରଖାନା ବାହାର ସଫା ଓ ପରିବେଶ ଅନୁକୂଳ ଇତ୍ୟାଦି ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରିଥିଲେ ।

ଏହି ମାନଦଣ୍ଡ ଅନୁସାରେ ଜିଲ୍ଲାର ୧୧ ଗୋଟି ଡାକ୍ତରଖାନା କାୟାକଳ୍ପ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦକୁ ପ୍ରମାଣ ପତ୍ର ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଝାରସୁଗୁଡା ୩ଲକ୍ଷ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଲାବିରା, ମୁଦ୍ରାଜୋର ଓ ବ୍ରଜରାଜନଗର ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାକେଲପଡା ୨ଲକ୍ଷ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପୋଖରାସାଲେ ଓ ବାଗଡ଼ିହି, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଞ୍ଚପଡା, ଝାରସୁଗୁଡା, କୁକୁରିକାନୀ ଓ ବେଲପାହାଡ ୫୦ ହଜାର ଟଙ୍କା ଲେଖାଏଁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଗତ ୧୮ ତାରିଖ ଦିନ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏହି ସମସ୍ତ ଡାକ୍ତରଖାନାର ଚିକିତ୍ସା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସମ୍ପୃକ୍ତ ଡାକ୍ତରଖାନାର ଅନ୍ୟ ସମସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠାର ପ୍ରଶଂସା କରିବା ସହ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସମସ୍ତ ଡାକ୍ତରଖାନା ଗୁଡିକ ମଧ୍ୟ ଏଥିପ୍ରତି ମନୋନିବେଶ ସହ ଯତ୍ନବାନ ହେବେ ବୋଲି ଆଶା ପ୍ରକାଶ କରିଥିଲେ ।

ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳମନଣି ପଟେଲ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବୁଲୁନାଥ ସାହୁ, କ୍ୱାଲିଟି ମ୍ୟାନେଜେର ରଞ୍ଜନ କୁମାର ପରିଚ୍ଛା, ଡାକ୍ତର ଖାନା ପରିଚାଳକ କୁମାର ଅଭିଷେକ, କୋଷାଧକ୍ଷ ଧୀରେନ୍ଦ୍ର ନନ୍ଦ, ଉପ କାର୍ଯ୍ୟକ୍ରମ ପରିଚାଳକ-ସହରାଞ୍ଚଳ ଶୁଭକାନ୍ତ ପଣ୍ଡା, ମନୋଜ ଓ ଜିଲ୍ଲାର ସମସ୍ତ ଡାକ୍ତରଖାନାର କର୍ମଚାରୀଙ୍କ ଅଦ୍ୟମ ଇଚ୍ଛା ଶକ୍ତି ଯୋଗୁଁ ଏହା ସମ୍ଭବପର ହୋଇପାରିଥିବାରୁ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.