ETV Bharat / state

କୋଇଲା ଚୋରି ରାକେଟର ପର୍ଦ୍ଦାଫାଶ, ୬ ଗିରଫ - 6 arrested in jharsuguda

ଏମସିଏଲରୁ କୋଇଲା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ଝାରସୁଗୁଡା ଜିଲ୍ଲା ପୋଲିସ। ଘଟଣାରେ 6 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

କୋଇଲା ଚୋରି ରାକେଟର ପର୍ଦ୍ଦାଫାସ, ୬ ଗିରଫ
କୋଇଲା ଚୋରି ରାକେଟର ପର୍ଦ୍ଦାଫାସ, ୬ ଗିରଫ
author img

By

Published : Dec 12, 2020, 2:53 PM IST

ଝାରସୁଗୁଡା: ଏମସିଏଲରୁ କୋଇଲା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ଝାରସୁଗୁଡା ଜିଲ୍ଲା ପୋଲିସ। କୋଇଲା ଖଣିରେ ନିୟୋଜିତ ନିରାପତ୍ତା କର୍ମଚାରୀ ଓ ପେଲୋଡର ଅପରେଟରଙ୍କ ସହାୟତାରେ ଚାଲିଥିଲା କୋଇଲା ଚୋରା କାରବାର। ଲଖନପୁର ପୋଲିସ ଏହି ଘଟଣାରେ ଦୁଇଟି କୋଇଲା ବୋଝେଇ ଟ୍ରକ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, ଗତ ୮ ତାରିଖ ଦିନ ସମସ୍ତ କାଗଜ ପତ୍ର କରାଇ ଟ୍ରକ ନଂ.OR23B-8634 ଓ OR09Q-9221 କୋଇଲା ଲୋଡ କରି ଲଖନପୁର ମାଇନସରୁ ଯାଇ ଟ୍ରକ ମାଲିକ ଇଟ୍ଟାଭାଟିମାନଙ୍କରେ କୋଇଲା ବିକ୍ରି କରିଛନ୍ତି ।

ଏହାପରେ ପୁଣି ଗତ ୯ ତାରିଖ ଅପରାହ୍ନରେ ଟ୍ରକ ଦୁଇଟିରୁ କୋଇଲା ଖାଲି କରି ଫେରି ଆସି ପୁଣି ମାଇନ୍ସର ଗେଟ ପାଖକୁ ନେଇ ଆସିଥିଲେ । ପରେ ସିକ୍ୟୁରିଟି ଗାର୍ଡଙ୍କ ସହ କଥା ହୋଇ ଟ୍ରକ ଗୁଡିକୁ ରେଜିଷ୍ଟ୍ରରରେ ଏଣ୍ଟ୍ରି ନ କରାଇ ୯ ତାରିଖ ସଂଧ୍ୟା ସମୟରେ ଖଣି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଲୋଡିଙ୍ଗ ଅପରେଟରଙ୍କ ସହ ମିଶି ସିକ୍ୟୁରିଟି ସ୍ଲିପ୍ ଜାଲିଆତି କରି କୋଇଲା ଲୋଡ କରେଇଥିଲେ । କୋଇଲା ଲୋଡ କରି ସାରିବା ପରେ କୋଇଲା ମାଫିଆମାନେ ଗେଟରେ ଥିବା ସିକ୍ୟୁରିଟି ଗାର୍ଡ ମହେଶ କୁମାର ଭୋଇ ସହ କଥା ହୋଇ ଟ୍ରକ ଦ୍ବୟକୁ ଗତ 9 ତାରିଖ ରାତି ପ୍ରାୟ ୧୦ଟା ସମୟରେ ଆଉଟ ଗେଟ ଦେଇ ବାହାରକୁ ବାହର କରିଥିଲେ। ତେବେ ଗତ ୮ରେ ତିଆରି କରିଥିବା କାଗଜ ପତ୍ର ଧରି ଦ୍ବିତୀୟ ଥର କୋଇଲା ଚାଲାଣ କରୁଥିବା ବେଳେ ସେମାନେ ଧରାପଡିଯାଇଛନ୍ତି ।

ରାତିରେ ପୋଲିସ ପାଟ୍ରୋଲିଂ ଚାଲୁଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକକୁ ସନ୍ଦେହ କରି ପିଛା କରିବାରୁ ଟ୍ରକ ଦୁଇଟି ଦ୍ରୁତବେଗରେ ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଗାଡି ଦୁଇଟିକୁ ଗୋଡ଼ାଇ ଧରିବା ପରେ ଡ୍ରାଇଭର ଦ୍ବୟଙ୍କୁ ଜେରା କରିବା ପରେ ଏହି ସମ୍ପୂର୍ଣ୍ଣ ଘଟଣାକୁ ମାଫିଆମାନେ ଦୀର୍ଘ ଦିନରୁ ପରିଚାଳିତ କରି ଆସୁଛନ୍ତି ବୋଲି ଜଣାପଡିଥିଲା। ପୋଲିସ ପ୍ରାଥମିକ ଭାବେ ମିଳିଥିବା ତଥ୍ୟକୁ ଭିତ୍ତି କରି ଦୁଇଟି ଟ୍ରକର ଡ୍ରାଇଭର, ମାଲିକ, ନିରାପତ୍ତା କର୍ମଚାରୀ ଓ ପେ ଲୋଡର ଅପରେଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ମାମଲାରେ ଜଡିତ ଆହୁରି ଅଧିକ ବ୍ୟକ୍ତିଙ୍କୁ ଜେରା କରାଯିବ ବୋଲି ପୋଲିସ କହିଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.