ETV Bharat / state

ଆଜି ନବ ଦାସଙ୍କ ଦ୍ବାଦଶ କାର୍ଯ୍ୟ, ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ନବୀନ

author img

By

Published : Feb 9, 2023, 12:10 PM IST

Updated : Feb 9, 2023, 12:24 PM IST

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆଜି ଦ୍ବାଦଶ କାର୍ଯ୍ୟ । ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବା ପାଇଁ ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ନବ ଦାସଙ୍କ ଦ୍ବାଦଶ କାର୍ଯ୍ୟ
ନବ ଦାସଙ୍କ ଦ୍ବାଦଶ କାର୍ଯ୍ୟ
ଆଜି ନବ ଦାସଙ୍କ ଦ୍ବାଦଶ କାର୍ଯ୍ୟ

ଝାରସୁଗୁଡା: ଆଜି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବାଦଶ କାର୍ଯ୍ୟ । ଦିବଙ୍ଗତ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଗସ୍ତ କରିବେ । ସହରର ସରବାହାଲ ହାଇସ୍କୁଲ ପଡ଼ିଆ ଠାରେ ମନ୍ତ୍ରୀଙ୍କ ଶୋକସଭା ଅୟୋଜିତ ହୋଇଛି । ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକ ଓ ମନ୍ତ୍ରୀମାନେ ଯୋଗ ଦେବେ । ଏଠାରେ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜନସମାଗମ ହେବାର ଅନୁମାନ କରାଯାଉଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ପଡିଆରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ନବ ଦାସଙ୍କ ଅକାଳ ଦ୍ବାଦଶ କାର୍ଯ୍ୟ ଅବସରରେ ''ଓଡି଼ଶା ମୋ ପରିବାର ଜୀବନ ବିନ୍ଦୁ'' ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ରକ୍ତଦାନ ଶିବିରରେ ଝାରସୁଗୁଡ଼ା ଜିଲ୍ଲାର ୫ଟି ବ୍ଳକ, ୩ଟି ପୌର ପରିଷଦର ବିଜେଡ଼ି କର୍ମୀ, ନବ ଦାସଙ୍କ ସମର୍ଥକଙ୍କ ସମେତ ସ୍ଥାନୀୟ ଜନସାଧାରଣ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି । ଆଜିର ରକ୍ତଦାନ ଶିବିରରେ ୧୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବା ଆଶା କରାଯାଇଛି ।

ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯିବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ । ତେବେ ଗୋପାଳ ନବଙ୍କୁ ଗୁଳି କରିଥିବା ସ୍ବୀକାର କରିଥିଲେ ଏବଂ କାହିଁକି ସେ ଏହି କାଣ୍ଡ ଭିଆଇଲା ତାହା ଏ ଯାଏଁ ଜଣାପଡିନାହିଁ । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିବା ବେଳେ ୧୦ ଦିନ ପରେ ବି ମନ୍ତ୍ରୀ ହତ୍ୟାକାଣ୍ଡ ରହସ୍ୟମୟ ହୋଇ ରହିଛି । ଗୋପାଳଙ୍କୁ ମାରାଥନ ଜେରା ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ ।

ଏହାମଧ୍ୟ ପଢନ୍ତୁ: Naba Das Murder Case: ଧରାପଡିବ ଗୋପାଳର ସତ, ଶୁକ୍ରବାର ହେବ ନାର୍କୋ ଟେଷ୍ଟ

ଏହାରି ଭିତରେ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳ ଦାସକୁ ଗୁଜୁରାଟ ନେଇଛି । ଆସନ୍ତାକାଲି(ଶୁକ୍ରବାର) ତା'ର ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି । ସେହିପରି ଆଜିଠୁ ଅଭିଯୁକ୍ତର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆରମ୍ଭ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ପୂର୍ବରୁ ଦୁଇ ଥର ରିମାଣ୍ଡରେ ନେଇଥିଲେ ହେଁ ଗୋପାଳ ମୁହଁରୁ ହତ୍ୟାକାଣ୍ଡ ପଛର ସତ ଓଗାଳି ପାରିନାହିଁ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 9, 2023, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.