ETV Bharat / state

Condolence Meeting of Naba Das: ନବଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ନବୀନ, ବିରୋଧୀ ଦଳର ନେତା

author img

By

Published : Feb 9, 2023, 4:36 PM IST

ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ବିଧାୟକ ଓ ନେତା ଏହି ସଭାରେ ଯୋଗଦେଇ ନବ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନବଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ ମଧ୍ୟ ଯୋଗଦେଇ ଲୁହଭରା ଆଖି ଓ କୋହଭରା କଣ୍ଠରେ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବୁ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ନବଙ୍କ ଶ୍ରଦ୍ଧାଞ୍ଜଳି ସଭା
ନବଙ୍କ ଶ୍ରଦ୍ଧାଞ୍ଜଳି ସଭା
ବାପାଙ୍କ ବିକାଶ ସ୍ବପ୍ନ ପୂରଣ କରିବୁ କହିଲେ ଦୀପାଳି ଓ ବିଶାଳ
ନବଙ୍କ ଶ୍ରଦ୍ଧାଞ୍ଜଳି ସଭା

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବାଦଶ କାର୍ଯ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଛି ଶୋକସଭା । ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ବିଧାୟକ ଓ ନେତା ଯୋଗ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ସଭାସ୍ଥଳରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜିକୁ ୧୨ ଦିନ ପୁରିଛି । ଏନଇ ଝାରସୁଗୁଡ଼ା ସରବାହଲ ହାଇସ୍କୁଲ ପଡ଼ିଆରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଜ କ୍ୟାବିନେଟ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲ ନିକଟ ପଡ଼ିଆଠାରେ ହେଲିକ୍ୟାପ୍ଟରରୁ ଓହ୍ଲାଇ ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ସ୍ବର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ନିରଞ୍ଜନ ପୂଜାରୀ ପ୍ରମୁଖ ଯୋଗ ଦେଇ ନବ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ତେବେ ଏହି ସଭାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ଯୋଗଦେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉଭୟ ଝାରସୁଗୁଡ଼ାର ବିକାଶ ପାଇଁ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ନିଜ ଅଭିଭାଷଣରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.