ETV Bharat / state

ଗାନ୍ଧୀ ଜୟନ୍ତୀରୁ ପୋଲିସ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ

author img

By

Published : Sep 15, 2019, 3:18 AM IST

ଗାନ୍ଧୀ ଜୟନ୍ତୀରୁ ପୋଲିସ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଥାନା ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଆସନ୍ତା ଅକ୍ଟୋବର 2, ଗାନ୍ଧୀ ଜୟନ୍ତୀରୁ ପୋଲିସ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଥାନା ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହି କାର୍ଯ୍ୟକ୍ରମରେ ‘ମୋ ସରକାର’ ଯୋଜନା କ’ଣ, ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ । ‘ମୋ ସରକାର’ ଯୋଜନାରେ ଥାନାକୁ ଆସୁଥିବା ଲୋକଙ୍କ ଫୋନ ନମ୍ବର ପଞ୍ଜୀକୃତ କରାଯିବ । ‘ମୋ ସରକାର’ ପୋର୍ଟାଲ ସହ ଏହାକୁ ସଂଯୋଗ ମଧ୍ୟ କରାଯିବ । ଆଉ ତା’ପରେ ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ଏକ ମେସେଜ ଯିବ ।

ସେହିପରି ଥାନା ଅଧିକାରୀଙ୍କ ଅବହେଳା କ୍ରମେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ପଞ୍ଜୀକରଣ ଯଦି ନହୁଏ, ଟୋଲ ଫ୍ରି ନମ୍ବରକୁ କଲ କରିପାରିବେ ବୋଲି କହିଛନ୍ତି ପାଣ୍ଡିଆନ୍‌ । ରେଜିଷ୍ଟର ହୋଇଥିବା ସମସ୍ତ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ କଲ କରି ମତାମତ ସଂଗ୍ରହ କରିବା ସହ ଅଧିକାରୀଙ୍କ ବ୍ୟବହାର ବିଷୟରେ ପଚାରି ବୁଝିବେ ନବୀନ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଆସନ୍ତା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ରୁ ପୋଲିସ ବିଭାଗ ରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସବୁ ଥାନା ଅଧିକାରୀ ଙ୍କ ସହ ମତ ବିନିମୟ କରିଛନ୍ତି ।ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫେରସିଂ ମାଧ୍ୟମରେ ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ମୋ ସରକାର ଯୋଜନା କ’ଣ, ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ।ଅନ୍ୟପଟେ ମୋ ସରକାର ଯୋଜନାରେ ଥାନାକୁ ଆସୁଥିବା ଲୋକଙ୍କ ଫୋନ୍ ନମ୍ବର ପଞ୍ଜୀକୃତ କରାଯିବ । ମୋ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ ମଧ୍ୟ କରାଯିବ । ଆଉ ତା’ପରେ ମୋ ସରକାର ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ଏକ ମେସେଜ ଯିବ । ସେହିପରି ଥାନା ଅଧିକାରୀଙ୍କ ଅବହେଳା କ୍ରମେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ପଞ୍ଜୀକରଣ ଯଦି ନହୁଏ, ଟୋଲ ଫ୍ରି ନମ୍ବରକୁ କଲ କରିପାରିବେ ବୋଲି କହିଛନ୍ତି ପାଣ୍ଡିଆନ । ରେଜିଷ୍ଟର ହୋଇଥିବା ସମସ୍ତ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ କଲ କରି ମତାମତ ସଂଗ୍ରହ କରିବେ ମୁଖ୍ୟମନ୍ତ୍ରୀ । ଅଧିକାରୀଙ୍କ ବ୍ୟବହାର ବିଷୟରେ ପଚାରି ବୁଝିବେ ନବୀନ ।
ବାଇଟ1:ଅଶ୍ୱିନୀ କୁମାର ମହାନ୍ତି, ଏସପି, ଝାରସୁଗୁଡା ।Body:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.