ETV Bharat / state

ଝାରସୁଗୁଡା ଲଖନପୁରରେ ପ୍ରତିଷ୍ଠା ହେବ ITI: ଖର୍ଚ୍ଚ ହେବ ୨୪.୪୮ କୋଟି

author img

By ETV Bharat Odisha Team

Published : Dec 2, 2023, 6:50 AM IST

ଝାରସୁଗୁଡା ଲଖନପୁରରେ ପ୍ରତିଷ୍ଠା ହେବ ITI । ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁରୀ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଲଖନପୁରରେ ITI ପ୍ରତିଷ୍ଠା ପାଇଁ ମଞ୍ଜୁରୀ
ଲଖନପୁରରେ ITI ପ୍ରତିଷ୍ଠା ପାଇଁ ମଞ୍ଜୁରୀ

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାର ଲଖନପୁରଠାରେ ପ୍ରତିଷ୍ଠା ହେବ ଏକ ITI । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡା ଜିଲ୍ଲାର ଲଖନପୁରରେ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି । ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ । ଝାରସୁଗୁଡା ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ । ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ITI ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ITIରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ । ମଞ୍ଜୁର ହୋଇଥିବା ଅର୍ଥରେ Academic ଓ Workshop Building ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ ।

ଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ଅଭିନବ କେନ୍ଦ୍ର ଏବଂ ଟେକ୍ନୋଲୋଜି ହବ୍ ହେବା ଦିଗରେ ଆଗକୁ ବଢୁଛି । ବିଗତ କିଛି ବର୍ଷ ମଧ୍ୟରେ ଅନେକ ଘରୋଇ ଆଇଟି କମ୍ପାନି ବ୍ୟବସାୟିକ ପରିପକ୍ୱତା, ବଜାର ଅଧିଗ୍ରହଣ ଏବଂ ଗୁଣାତ୍ମକମାନ ଦୃଷ୍ଟିରୁ ମୂଲ୍ୟ ଶୃଙ୍ଖଳାରେ ଉନ୍ନତି ଆଣିଛନ୍ତି । ରାଜ୍ୟର ଯୁବକଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ୱ ଦେଉଛି । ବିଶ୍ୱସ୍ତରୀୟ ଦକ୍ଷତା, ନୂଆ ଦକ୍ଷତା ଏବଂ ଉନ୍ନତ ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରତିଭା ସମ୍ୱଳମାନକୁ ଗୁଣାତ୍ମକ ଏବଂ ସଂଖ୍ୟାତ୍ମକ ଭାବରେ ସୁଦୃଢ଼ କରାଯାଉଛି । ଯାହା ଦ୍ୱାରା ଶିଳ୍ପକୁ ମାନବ ସମ୍ବଳ ନିଯୁକ୍ତି ପାଇଁ ଅଧିକ ଦୂରକୁ ଚାହିଁବାକୁ ପଡିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ ମଡେଲ କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ସ୍କିଲ୍ଡ ଇନ ଓଡ଼ିଶା ଆଜି ଶିଳ୍ପ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉଭୟ ସ୍ୱଳ୍ପ କାଳୀନ ଓ ଦୀର୍ଘମିଆଦୀ ପାଠ୍ୟକ୍ରମରେ ପ୍ରାୟ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯାଇଛି । ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ପ୍ରଯୁକ୍ତିବିଦ୍ୟା ନୀତି ଏବଂ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ପ୍ରତିବର୍ଷ ହାରାହାରି ୧୦ ଲକ୍ଷ ଯୁବକ ଯୁବତୀ ଉତ୍ତୀର୍ଣ୍ଣ ହେଉଛନ୍ତି । ଫଳସ୍ବରୂପ ସୃଷ୍ଟି ହୋଇ ଚାଲିଥିବା ଦକ୍ଷ ଶ୍ରମଶକ୍ତିର ବିଶାଳ ଭଣ୍ଡାର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରୁଛି । ଗୁଣାତ୍ମକ ମାନର ଉନ୍ନତି, ଆଇଟିଆଇ, ପଲିଟେକ୍ନିକ୍ସ, ଇଞ୍ଜିନିୟରିଂ କଲେଜ ମାଧ୍ୟମରେ ବୈଷୟିକ ଶିକ୍ଷା ତଥା ରାଜ୍ୟର ଉଦୀୟମାନ ଶିଳ୍ପାଞ୍ଚଳରେ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କ ଆଭିମୁଖ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.