ETV Bharat / state

ଆସନ୍ତା ୨୨ରେ ଝାରସୁଗୁଡ଼ା ଆସିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ

author img

By

Published : Nov 16, 2021, 4:49 PM IST

Updated : Nov 16, 2021, 5:04 PM IST

ଆସନ୍ତା ୨୨ରେ ଝାରସୁଗୁଡ଼ା ଗସ୍ତରେ ଆସିବେ ଜ୍ୟୋତିରାନ୍ଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ

ଆସନ୍ତା ୨୨ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା: ଆସନ୍ତା 22ରେ ଝାରସୁଗୁଡା ଆସିବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । RCS ନୋଡାଲ ସେଣ୍ଟର ଭାବରେ ଝାରସୁଗୁଡ଼ା ଏୟାରପୋର୍ଟକୁ ଚୟନ କରାଯାଇଥିବାରୁ ସିନ୍ଧିଆ ଏଠାକୁ ଦିନିକିଆ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି ।

ଆସନ୍ତା ୨୨ରେ ଝାରସୁଗୁଡ଼ା ଯିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି । ବିଭିନ୍ନ ସାଜସଜ୍ଜା ଏବଂ ଉନ୍ନୟନ କାର୍ଯ୍ୟକ୍ରମ ଝାରସୁଗୁଡ଼ା ବିମାନ ବନ୍ଦରରେ ଜାରି ରହିଛି । ମନ୍ତ୍ରୀଙ୍କ ଗସ୍ତ ସମୟରେ ସମ୍ବଲପୁରୀ ଲୋକନୃତ୍ୟ, ସମ୍ବଲପୁରୀ ବସ୍ତ୍ରର ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରାଯିବା ନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସହ ବେସାମରିକ ବିମାନ ଚଳାଚଳ ସଚିବ ମଧ୍ୟ ଝାରସୁଗୁଡ଼ାରେ ଆସି ବିମାନ ବନ୍ଦରରେ ବିଭିନ୍ନ ସରକାରୀ କାଯ୍ୟକ୍ରମରେ ଯୋଗ ଦେବେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 16, 2021, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.