ETV Bharat / state

କୋରୋନାରେ ଅନାଥ ଯାଆଁଳା ଭାଇ-ଭଉଣୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଅସହାୟ ଯାଆଁଳା ଭାଇ ଭଉଣୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ଶିଶୁ ଦ୍ବୟଙ୍କ ବୟସ ୭ ବର୍ଷ । ଆଜି ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନା ପରେ ଶିଶୁ ଦ୍ୱୟଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 3, 2021, 10:23 AM IST

କୋରୋନାରେ ଅନାଥ ଯାଆଁଳା ଭାଇ-ଭଉଣୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ
କୋରୋନାରେ ଅନାଥ ଯାଆଁଳା ଭାଇ-ଭଉଣୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଝାରସୁଗୁଡା: କୋରୋନା ଯୋଗୁଁ ଅନେକ ପିଲା ବାପାମାଆଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ଯେଉଁଥିପାଇଁ ବହୁସଂଖ୍ୟକ ପିଲା ଏବେ ବାସାହରା ଅଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ଜିଲ୍ଲା ପ୍ରଶାସନକୁ ଏଭଳି ଅସହାୟ ପିଲାମାନଙ୍କ ଦାୟିତ୍ଵ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଭିତ୍ତିକରି ବୁଧବାର ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୋୖରାଞ୍ଚଳରୁ ଚାଇଲ୍ଡ ଲାଇନ ଏକ ଅନାଥ ଯାଆଁଳା ଭାଇ-ଭଉଣୀଙ୍କୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଉଦ୍ଧାର କରିଛି ।

ଏହି ଅସହାୟ ପିଲା ଦ୍ୱୟଙ୍କ ବାବଦରେ ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜଣାଇଥିଲେ । ଏହାପରେ ତୁରନ୍ତ ଚାଇଲ୍ଡ ଲାଇନ ସ୍ଥାନୀୟ ସିଡିପିଓ ୱାର୍ଡ କାଉନସିଲର ଏବଂ ପୂର୍ବତନ ପୌରପାଳିକା ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା କରି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ କୋଭିଡ଼ ପରୀକ୍ଷା କରାଇଥିଲେ । ନେଗେଟିଭ ରିପୋର୍ଟ ଆସିବା ପରେ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା ଏବଂ କମିଟିର ନିର୍ଦ୍ଦେଶ କ୍ରମେ ଶିଶୁ ଦ୍ୱୟଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି ବୋଲି ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ସେହିପରି ଉକ୍ତ ଅନାଥ ପିଲା ଦ୍ୱୟଙ୍କ ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ବହନ କରୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ସୂଚନାଥାଉ କି, ପିଲା ଦ୍ବୟଙ୍କ ବାପା ଦୁଇ ବର୍ଷ ପୂର୍ବରୁ ଆରପାରିକୁ ଚାଲି ଯାଇଥିବାବେଳେ ମାଆ ଗତ ମେ ୨୩ ତାରିଖରେ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ଜିଲ୍ଲା ପ୍ରଶାସନ କୋରୋନା ଯୋଗୁଁ ବାପାମାଆଙ୍କୁ ହରାଇଥିବା ପିଲାଙ୍କ ଦାୟିତ୍ଵ ବହନ କରିବା ସହ ଯଦି କୌଣସି ପିଲାଙ୍କର ମା’ କିମ୍ବା ବାପାଙ୍କର କୋରୋନାରେ ମୃତ୍ୟୁ ହୋଇଯାଇଛି, ତେବେ ପ୍ରଶାସନ ନିଜ ସ୍ତରରେ ତୁରନ୍ତ ସେମାନଙ୍କ ଆବଶ୍ୟକତା ପୂରଣ କରୁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ, କୌଣସି ଶିଶୁ ଯେପରି ଭୋକରେ ନ ରୁହନ୍ତି, ତାହାର ଦାୟିତ୍ଵ ରାଜ୍ୟ ସରକାରଙ୍କୁ ବହନ କରିବାକୁ ହେବ । କେତେ ପିଲା ଭୋକ ଉପାସରେ ରାସ୍ତାରେ ପଡ଼ି ପ୍ରାଣ ହରାଉଛନ୍ତି ତାହା ଆମକୁ ଜଣାନାହିଁ । ସେମାନଙ୍କ ବୟସ କେତେ ତାହା ବି ଜଣାନାହିଁ । ଏତେ ବଡ଼ ଦେଶ​‌ରେ ସେମାନଙ୍କ ସହିତ କ’ଣ ଘଟୁଛି ତାହା ଚିନ୍ତା ବି କରିପାରିବା ନାହିଁ । ଏଭଳି ପିଲାଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ସୁପ୍ରିମକୋର୍ଟ ଦେଶବ୍ୟାପୀ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ସେହିପରି ଅନାଥ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କ ତଥ୍ୟ ଏନସିପିସିଆର ୱେବସାଇଟ୍‌ରେ ଶନିବାର ସନ୍ଧ୍ୟା ସୁଦ୍ଧା ଅପଲୋଡ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.