ETV Bharat / state

ଶନିବାର ଆସିବ ଝାରସୁଗୁଡା ଜନାଦେଶ, ଭୋଟ୍ ଗଣତି ପ୍ରସ୍ତୁତି ସମୀକ୍ଷା କଲେ CEO - ଷ୍ଟ୍ରଙ୍ଗ ରୁମ ସ୍ଥିତି ସମୀକ୍ଷା

ଉପନିର୍ବାଚନ ଭୋଟ୍ ଗଣତି ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧକାରୀ । ଷ୍ଟ୍ରଙ୍ଗ ରୁମ ସ୍ଥିତି ସମୀକ୍ଷା । ଅଧିକ ପଢ଼ନ୍ତୁ

ଭୋଟ୍ ଗଣତି ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧକାରୀ

author img

By

Published : May 12, 2023, 12:21 PM IST

ଭୋଟ୍ ଗଣତି ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧକାରୀ

ଝାରସୁଗୁଡ଼ା: ସରିଛି ଝାରସୁଗୁଡ଼ା ଉପନିର୍ବାଚନ । ଉପନିର୍ବାଚନ ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଆଭାସି ମାଧ୍ୟମରେ ଭୋଟ୍ ଗଣତି ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଗତକାଲି(ଶୁକ୍ରବାର) ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସହ ଭୋଟ୍ ଗଣତି ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାର ପରିଚାଳନା ପାଇଁ ପରାମର୍ଶ ଦେଇଛନ୍ତି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକା ଅନୁସାରେ ଗଣତି ପ୍ରକ୍ରିୟା ନିର୍ଭୁଲ ତଥା ସଠିକ ଭାବରେ କାର୍ଯ୍ୟକାରୀ କରାଯିବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଗଣତି ସମୟରେ ଆଇନ ଶୃଙ୍ଖଳା ରକ୍ଷା ନେଇ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ । ଆଭାସି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ଡିଆଇଓ ଅକ୍ଷୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ଅବୋଲି ସୁନୀଲ ନାରଭାଣେ କହିଛନ୍ତି, ‘‘ନିର୍ବାଚନ ସାଧାରଣ ପର୍ଯ୍ୟଵେକ୍ଷକ ଡି.କେ. ତିୱାରୀ ଏବଂ ଝାରସୁଗୁଡା ଜିଲ୍ଲାପାଳ ଷ୍ଟ୍ରଙ୍ଗ ରୁମ ଆସି ସ୍ଥିତି ପରଖୁଛନ୍ତି । ଆସନ୍ତା 13 ତାରିଖ ସକାଳ ପ୍ରାୟ 8 ଟାରୁ ଆରମ୍ଭ ହେବ ଭୋଟ ଗଣତି । 14ଟି ଟେବୁଲରେ 18 ଟି ରାଉଣ୍ଡ ଭୋଟ ଗଣନା କରାଯିବ । ପ୍ରଥମେ ସକାଳ 8ଟାରୁ ପୋଷ୍ଟାଲ ଭୋଟ ଗଣନା କରାଯିବ ଏବଂ 8:30 ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହେବ । ଅପରାହ୍ନ 2ଟା ସୁଦ୍ଧା ଏହା ଶେଷ ହେବ ।’’

ଏସପି ସ୍ମିତ ପରମାର କହିଛନ୍ତି, ‘‘ଭୋଟ ଗ୍ରହଣ ଯେପରି ଶାନ୍ତି ଶୃଙ୍ଖଳାରେ ହୋଇଥିଲା ଭୋଟ ଗଣତି ମଧ୍ୟ ସେହିପରି ସୂଚାରୁ ରୂପେ କରାଯିବ । ପୋଲିସ ସମସ୍ତ ସ୍ଥିତି ଉପରେ କଡାନଜର ରଖିଛି ।’’ ତେବେ ୧୦ ତାରିଖରେ ଝାରସୁଗୁଡା ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଝାରସୁଗୁଡା ଉପନିର୍ବାଚନରେ 79.21 ପ୍ରତିଶତ ମତଦାନ ହୋଇଛି । ଯାହାକି ଗତ ନିର୍ବାଚନ ଠାରୁ ଅଧିକ । ଆଉ ଏହି 79.21 ପ୍ରତିଶତ ମତଦାନରେ ମହିଳାଙ୍କ ଭୋଟ ସର୍ବାଧିକ ରହିଛି । ପ୍ରାୟ 77 ହଜାର ମହିଳା ଭୋଟର ଭୋଟ ଦେଇଥିବା ବେଳେ 74 ହଜାର ପୁରୁଷ ଭୋଟର ଭୋଟ ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.