ETV Bharat / state

ସରିଲା ଛଟ ପୂଜା, ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ - ଝାରସୁଗୁଡ଼ାରେ ଛଟ ପୂଜା ପାଳିତ

ଝାରସୁଗୁଡ଼ା ଇବ ନଦୀକୂଳରେ ଛଟ ପୂଜା ପାଳନ କଲେ ବ୍ରତାଧାରୀ । ୪ ଦିନ ଧରି ଚାଲିଥିବା ଏହି ବ୍ରତକୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ଉଦଯାପିତ ହୋଇଛି । ଅଧିକ ପଢ଼ନ୍ତୁ

chhat puja
chhat puja
author img

By ETV Bharat Odisha Team

Published : Nov 20, 2023, 1:00 PM IST

ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ଝାରସୁଗୁଡା: ଧୁମଧାମରେ ପାଳନ ହୋଇଛି ଛଟ ପୂଜା । ଛଟ ପୂଜାକୁ ନେଇ ଚଳଚଞ୍ଚଳ ଝାରସୁଗୁଡ଼ା ଇବ ନଦୀକୂଳ । ପରିବାରର ଶୁଭ ମନାସି ଓ ସୁଖ ଶାନ୍ତି କାମନା କରି ଏହି ପୂଜା ବିହାରୀ ଓ ଝାଡ଼ଖଣ୍ଡ ସମାଜର ମହିଳାମାନେ ପୂଜା କରିଛନ୍ତି । ଏଥିରେ ସୂର୍ଯ୍ୟଦେବଙ୍କୁ ଆରଧନା କରାଯାଇଥାଏ । ତେବେ ଆଜି ଏହି ପୂଜାର ଶେଷ ଦିନ । ତେଣୁ ୪ ଦିନ ଧରି ଚାଲିଥିବା ଏହି ନିଷ୍ଠାର ବ୍ରତକୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତଧାରୀମାନେ ଉଦଯାପନୀ ଉତ୍ସବ ପାଳନ କରିଛନ୍ତି ।

4 ଦିନିଆ ସୂର୍ଯ୍ୟ ପୂଜାର ମହାନ ପର୍ବ ହେଉଛି ଛଟପୂଜା । ଆଜି ପବିତ୍ର କାର୍ତ୍ତିକ ସପ୍ତମୀରେ ବଡ଼ି ଭୋରରୁ ବ୍ରତଧାରୀମାନେ ସୂର୍ଯ୍ୟଙ୍କୁ ଇବ ନଦୀକୂଳକୁ ଆସି ପୂଜା କରିଥିଲେ । ଜଳ ଅର୍ଘ୍ୟ ସହ ଅନ୍ୟାନ୍ୟ ଭୋଗ ଧୂପ ଦୀପ ନୈବେଦ୍ୟ ଦେଇ ମହିଳାମାନେ ସୂର୍ଯ୍ୟଦେବଙ୍କୁ ପୂଜା କରିଥିଲେ । ତେବେ ୪ ଦିନ ଧରି ଏହି ପୂଜା ହେଉଥିବା ବେଳେ ପ୍ରଥମ ଦୁଇଦିନ ସ୍ୱଳ୍ପ ଆହାର ବା ଖିରି ଖାଇ ପୂଜା କରିଥିଲେ ବ୍ରତଧାରୀ । ଆଉ ଶେଷ ଦୁଇଦିନ ନିର୍ଜଳା ବ୍ରତ କରିଥିଲେ । ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ସପ୍ତମୀରେ ଶେଷ ହେଉଥିବା ବେଳେ ଗତକାଲି ପୂଜାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରି ଏହି ପୂଜା କରାଯାଇଥିଲା । ଆଉ ଆଜି ଉଦୟଗାମୀ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିବା ସହ ଜଳ ଅର୍ଘ୍ୟ ଦିଆଯାଇ ପୂଜାକୁ ସମାପନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଭୁବନେଶ୍ୱର କୁଆଖାଇ ନଦୀ ପଠାରେ ପବିତ୍ର ଛଟ ପୂଜା ପାଳିଲେ ଶ୍ରଦ୍ଧାଳୁ

ଆଜି ଝାରସୁଗୁଡ଼ା ଇବ ନଦୀକୂଳରେ ଛଟପୂଜା ପାଇଁ ଜନ ସମୁଦ୍ର ଦେଖିବାକୁ ମିଳିଛି । ଏହାକୁ ନେଇ ଝାରସୁଗୁଡ଼ା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଆଜି ଉଦିତ ସୂର୍ଯ୍ୟକୁ ଅର୍ଘ୍ୟ ପ୍ରଦାନ କରିବା ପରେ ବ୍ରତଧାରୀମାନେ ନିଜ ବ୍ରତ ଭାଙ୍ଗିଛନ୍ତି । ତେବେ ଗତ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଥିଲା ଏହି ଛଟ ପୂଜା । ଉତ୍ତର ଭାରତୀୟ ଓ ବିହାରୀ ସମ୍ପ୍ରଦାୟର ଲୋକମାନେ ଏହି ପର୍ବ ପାଳନ କରିଥାଆନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ବିହାରୀ ଓ ଉତ୍ତର ଭାରତର ଲୋକମାନେ ରହୁଥିବାରୁ ଆଜି ସକାଳୁ ଇବ ନଦୀକୂଳରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏନେଇ ଭିଡ଼କୁ ନିୟନ୍ତ୍ରଣ ଓ କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବା ପାଇଁ ଝାରସୁଗୁଡା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.