ETV Bharat / state

ଓଡିଶାରେ ବିହାରୀ ଛିଟା, ପାଳିତ ହେଉଛି ଛଠ ପୂଜା - ଛଟ୍ ପୂଜାକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି  ବିହାରୀ ସମ୍ପ୍ରଦାୟ

ଓଡିଶାରେ ବିହାରୀ ପରମ୍ପରା । ପାରମ୍ପାରିକ ରୀତିନୀତିରେ ପାଳିତ ହେଉଛି ଛଠ ପୂଜା । ପରିିବାରର ଶୁଭ ମନାସୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ବିହାରୀ ସମ୍ପ୍ରଦାୟ । ଜାଣନ୍ତୁ ଛଠ ପୂଜା ବିଷୟରେ...

ଡିଜାଇନ ଫଟୋ
author img

By

Published : Nov 2, 2019, 11:33 PM IST

Updated : Nov 2, 2019, 11:46 PM IST

ଭୁବନେଶ୍ବର/ ଝାରସୁଗୁଡା/କଟକ/ରାଉରକେଲା: ନିଜ ପାରମ୍ପରିକ ପର୍ବ ଛଠ ପୂଜାକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ବିହାରୀ ସମ୍ପ୍ରଦାୟ। ସକାଳୁ ଉଠି ପରିବାର ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଢାଳିଛନ୍ତି ବିହାରୀ ପରିବାର। ଅକ୍ଟୋବର 31ରୁ ଆରମ୍ଭ ହୋଇଥିବା ଏହି ପର୍ବ 3 ନଭେମ୍ବରରେ ଶେଷ ହେବ।

ନବରାତ୍ରୀ ଓ ଦୁର୍ଗାପୂଜା ଭଳି ଛଠ ପୂଜା ମଧ୍ୟ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ପର୍ବ । ପୂର୍ବ ଭାରତରେ ଏହାକୁ ବେଶ୍ ଧୁମଧାମରେ ପାଳନ କରାଯାଉଥିଲେ ହେଁ ବିହାରରେ ଏହାକୁ ନେଇ ଭିନ୍ନ ଉତ୍ସାହ। ଓଡିଶାରେ ରହୁଥିବା ଅନେକ ବିହାରୀ ସମ୍ପ୍ରଦାୟ ଏହାକୁ ବେଶ୍ ଆଡମ୍ବରରେ ପାଳନ କରୁଛନ୍ତି । ଚୈତ୍ର ଶୁକ୍ଳପକ୍ଷ ଷଷ୍ଠୀ ଓ କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ ଏହି ପୂଜା ପାଳନ କରାଯାଇଥାଏ।

ରାଜ୍ୟର ବିଭିନ୍ନ ସ୍ଥାନରେ ଛଠ ପୂଜାକୁ ବେଶ୍ ଆଗ୍ରହର ସହ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ବରର କୁଆଖାଇ ନଦୀ ନିକଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ଗହଳି ଦେଖିବାକୁ ମିଳିଛି । ଫୁଲ, ଦୁବ, ଫଳମୂଳ ସହ ଦୀପ ଦେଇ ସୂର୍ଯ୍ୟଙ୍କୁ ପୂଜା କରି ନିଜ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଛନ୍ତି । ଅନ୍ୟପକ୍ଷେ ଝାରସୁଗୁଡାରେ ମଧ୍ ଇବ୍ ନଦୀ କୂଳରେ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ଏହି ପର୍ବରେ ସୂର୍ଯ୍ୟଙ୍କୁ ଉପାସନା କଲେ ଛଠ ମାତା ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି।

ପାଳିତ ହେଉଛି ପାରମ୍ପାରିକ ଛଟ୍ ପୂଜା

ସେହିପରି କଟକରେ ପ୍ରାୟ 35 ହଜାର ଭକ୍ତ ଦେବୀ ଗଡାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି। ପରିବାରର ଶାନ୍ତି ସହ ସନ୍ତାନର ଭଲ ପାଇଁ ପ୍ରାର୍ଥନା କରିଛନ୍ତି ମହିଳା। ଇସ୍ପାତ ସହର ରାଉରକେଲା ମଧ୍ୟ ଛଠ ପୂଜା ପାଇଁ ବେଶ ଚଳଚଞ୍ଚଳ । ବ୍ରାହ୍ମଣୀ, କୋଏଲ, ତୁମକେଲା ଘାଟ ଆଦିରେ ସୂର୍ଯ୍ୟଙ୍କ ପୂଜା କରିଛନ୍ତି ବିହାରୀ ସମ୍ପ୍ରଦାୟ।

ତେବେ ଶନିବାର ସଂନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିବା ବେଳେ ରବିବାର ଉଦୟ ହେଉଥିବା ସୂର୍ଯ୍ୟ ଦେବତାଙ୍କୁ ଦ୍ବିତୀୟ ଅର୍ଘ୍ୟ ଦେଇ ପୂଜାର ସମାପ୍ତି କରିବେ । ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିଡକୁ ଦୃଷ୍ଟିଆଗରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଝାରସୁଗୁଡାରୁ ରବି ନାରାୟଣ ସାହୁ, ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର ଏବଂ କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Nov 2, 2019, 11:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.