ଝାରସୁଗୁଡ଼ା: ୠଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ସମଗ୍ର ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏବେ ବି ୟୁକ୍ରେନରେ ଭାରତର ଅନେକ ଯୁବକଯୁବତୀ ତଥା ଛାତ୍ରଛାତ୍ରୀ ଫସି ରହିଛନ୍ତି । ଗଙ୍ଗା ମିଶନ ମାଧ୍ୟମରେ ଭାରତ ସରକାର ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ୟୁକ୍ରେନରେ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଥିବା ନେଇ ଅବଗତ ଅଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଜଣେ ରାଷ୍ଟ୍ରଦୂତ ୟୁକ୍ରେନ୍ରେ ଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛନ୍ତି । ଯଥାଶୀଘ୍ର ସେମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବରଗଡ଼ ସାଂସଦ ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ