ETV Bharat / state

ନିଆଁ ଲାଗି ପରିବାରର 4 ଗୁରୁତର ଘଟଣାର ପର୍ଦ୍ଦାଫାସ: ସମ୍ପତ୍ତି ଲୋଭରେ ହତ୍ୟା ଷଡଯନ୍ତ୍ର

ବ୍ରଜରାଜନଗରରେ ଘରେ ନିଆଁ ଲାଗି ୪ ଜଣ ଗୁରୁତର ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ସିଂହଙ୍କ ସହ ତାର ଅନ୍ୟ ଜଣେ ସହଯୋଗୀ ବ୍ଲେସନ୍ ତାଣ୍ଡି ଓ ଜଣେ ନାବାଳକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

author img

By

Published : Jan 14, 2021, 3:03 PM IST

ଘରେ ନିଆଁ ଲାଗି ୪ ଜଣ ଗୁରୁତର ଘଟଣାର ପର୍ଦ୍ଦାଫାସ: ସମ୍ପତ୍ତି ଲୋଭରେ ହତ୍ୟା ଷଡଯନ୍ତ୍ର

ଝାରସୁଗୁଡା: ବ୍ରଜରାଜନଗରରେ ଘରେ ନିଆଁ ଲାଗି ୪ ଜଣ ଗୁରୁତର ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସମ୍ପତ୍ତି ଲୋଭରେ ନିଜ ମା, ଭାଇ,ଭଉଣୀ ଓ ଭାଣିଜୀକୁ ପୋଡି ମାରିବାର ଉଦ୍ୟମ କରି ପୋଲିସ ହାତରେ ଧରାପିଡ଼ିଛି ପୁଅ । ଘଟଣାରେ ସାମିଲ ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ସିଂହଙ୍କ ସହ ତାର ଅନ୍ୟ ଜଣେ ସହଯୋଗୀ ବ୍ଲେସନ୍ ତାଣ୍ଡି ଓ ଜଣେ ନାବାଳକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ ।

ଗତ ଅକ୍ଟୋବର ମାସ ୧୬ ତାରିଖରେ ବ୍ରଜରାଜନଗରରେ ଗୋଟିଏ ଦମ୍ପତ୍ତିଙ୍କୁ ନିଆଁରେ ପୋଡି ମାରିଥିଲେ ପୁତୁରା ଝିଆରୀ । ଘଟଣା ଏଭଳି ଘଟାଇଥିଲେ ପୋଲିସକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଠିକ୍ ୩ ମାସ ପରେ ସମାନ ଧରଣର ଘଟଣା ଘଟାଇ ପୁଅ ଜେଲ ଗଲା ସତ କିନ୍ତୁ ମା, ଭାଇ, ଭଉଣୀ ଓ ଭାଣିଜୀ ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ବ୍ରଜରାଜନଗର ସହରାଞ୍ଚଳର ହରିଓମ ବିହାରରେ ଗୋଟିଏ ଘରେ ଶୋଇଥିବା ବେଳେ ଜଣେ ୭ ବର୍ଷର ନାବାଳିକା ସହ ଦୁଇ ଜଣ ମହିଳା ଓ ଅନ୍ୟ ଜଣେ ଯୁବକ ପୋଡି ଗୁରୁତର ଆହତ ହୋଇ ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସନ୍ଦେହ ବଢାଉଥିଲା ବନ୍ଦ କୋଠରୀ ଭିତରର ଅଗ୍ନିକାଣ୍ଡ । ନିଆଁ କେଉଁଠୁ ଆସିଲା ଜଣାପଡୁ ନଥିଲା । କିନ୍ତୁ ବେଡରୁମ୍ ଭିତରେ ୩ଟି ପ୍ଲାଷ୍ଟିକ ଜାରରେ ପେଟ୍ରୋଲ ରଖା ଯାଇଥିବା ଦେଖିବାକୁ ମିଳିବା ପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁରର ସହାୟତା ନେଇଥିଲା । ପୋଲିସ ତୁରନ୍ତ ସେହି ଘରେ ଥିବା ଜଣେ ବ୍ୟକ୍ତିକୁ ଉଠାଇ ନେଇଥିଲା ।

ପୋଲିସ ଜେରା କରିବା ପରେ ଜଣାପଡିଲା ସମ୍ପତ୍ତି ଲୋଭ ଓ ଅଭିଯୁକ୍ତର ପ୍ରେମ ବିବାହକୁ ନେଇ ରହିଥିଲା ପରିବାର ଲୋକଙ୍କ ସହ ଶତ୍ରୁତା । ତେଣୁ ପୂର୍ବ ପ୍ରସ୍ତୁତି ଅନୁସାରେ ଘରର ସାନପୁଅ ରବିନ୍ଦ୍ର ସିଂହ ଜଣେ ନାବାଳକ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ନେଇ ରଚିଥିଲା ହତ୍ୟାକାଣ୍ଡ ପ୍ଲାନ । ସଂପତ୍ତିର ମାଲିକ ହେବ ଆଶା କରି ରବିନ୍ଦ୍ର ସିଂହ ରଚିଥିଲା ଷଡଯନ୍ତ୍ର । ମା,ଭାଇ,ଭଉଣୀ ସମେତ ଭାଣିଜୀକୁ ରାସ୍ତାରୁ ହଟାଇବାକୁ ପୋଡି ମାରିବା ଉଦ୍ୟମ କରି ଅତି ବିଭତ୍ସ କାଣ୍ଡ ଘଟାଇଲା ।

ସୂଚନା ଯୋଗ୍ୟ, ଗତ ରବିବାର ଗୁରମିତ ସିଂଙ୍କର ଶ୍ରାଦ୍ଧ ବାର୍ଷିକୀ ଥିଲା ଏବଂ ଏଥିପାଇଁ ପୂଜା ଅର୍ଚ୍ଚନା କରାଯାଇଥିଲା। ରାତିରେ ରାଜେନ୍ଦର ସିଂ, ମଞ୍ଜିତ କୌର, ବଳଜୀତ କୌର , ଇସ୍ମିତ କୌର ଏକା ସାଙ୍ଗରେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା । ଭୋର୍ ୪ଟା ସମୟରେ ଅଚାନକ ହୋହାଲ୍ଲା ଶୁଣି ପଡୋଶୀ ଲୋକେ ନିଦରୁ ଉଠି ଆସି ଦେଖିଲା ବେଳକୁ ଗୁରୁତର ଭାବେ ପୋଡି ହୋଇ ୪ ଜଣ ଘରୁ ବାହାରୁଛନ୍ତି । ତାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଏମସିଏଲ ହସ୍ପିଟାଲକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଦେଇଥିଲେ ସ୍ଥାନୀୟ ଲୋକେ । ଗୁରୁତର ଆହତ ଚାରି ଜଣଙ୍କୁ ରାଉରକେଲା ଆଇଜିଏଚ୍ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ବ୍ରଜରାଜନଗର ପୋଲିସ ପ୍ରଥମେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳକୁ ଝାରସୁଗୁଡା ଏସପି ପହଞ୍ଚି ଛାନଭିନ କରିଥିଲେ ।

ଝାରସୁଗୁଡାରୁ ରବି ନରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.