ETV Bharat / state

Brajarajnagar By-Poll: ପ୍ରଚାର ମୈଦାନରେ BJDର ଷ୍ଟାର ପ୍ରଚାରକ

author img

By

Published : May 25, 2022, 1:14 PM IST

ବ୍ରଜରାଜନଗର ଉପନିର୍ବାଚନ ଲାଗି ଅଣ୍ଟା ଭିଡ଼ିଛି BJD । ଲଖନପୁରରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ କରାଯାଇ ମାରାଥନ ପ୍ରଚାର କରାଯାଇଛି । ଅଧିକ ପଢନ୍ତୁ

Brajarajnagar By-Poll: ଲଖନପୁରରେ ବିଜେଡିର ଷ୍ଟାର ପ୍ରଚାରକଙ୍କ ପ୍ରଚାର

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ (Brajarajnagar BY-Poll) ଯେତିକି ପାଖେଇ ଆସୁଛି ସେତିକି ସେତିକି ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଭୋଟ ହାତେଇବାକୁ ପ୍ରଚାରକୁ ଓହ୍ଲାଉଛନ୍ତି ୩ ରାଜନୈତିକ ଦଳର ହେଭିଓ୍ବେଟ୍‌ । ତେବେ ଗତକାଲି(ମଙ୍ଗଳବାର)ବିଜୁ ଜନତା ଦଳ(BJD) ପକ୍ଷରୁ ଲଖନପୁରରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ କରାଯାଇ ମାରାଥନ ପ୍ରଚାର କରାଯାଇଛି l

ଏହି ପ୍ରଚାରରେ ରାଜ୍ୟସଭା ସାଂସଦ ମୁନ୍ନା ଖାନ, ପର୍ଯ୍ୟବେକ୍ଷକ ସୁବାଷ ସିଂ, ରାଜ୍ୟ ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ଲତିକା ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ଅବଗତ କରାଇ ଭୋଟ ଭିକ୍ଷା କରିଥିଲେ । ଏହାସହ ଅଳକା ମହାନ୍ତି ନିଜ ସମର୍ଥକଙ୍କ ସହ ଝାରସୁଗୁଡା ବ୍ଲକର 5ଟି ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ବିଜେପି ମହାନଦୀକୁ ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ କଟକ ମେୟର ସୁବାସ ସିଂ ଏହି ବିଷୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସୁବାସ ସିଂ କହିଛନ୍ତି ଯେ," ଛତିଶଗଡ଼ରେ ବିଜେପି ସରକାର ଥିବା ସମୟରେ ମହାନଦୀରେ ବ୍ୟାରେଜ ତିଆରି ହୋଇଥିଲା l ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଜେପି ସରକାର ରହି ଓଡିଶା ପ୍ରତି ଅନ୍ୟାୟ କରିଛନ୍ତି l ଯାହା ପାଇଁ ଆଜି ଓଡ଼ିଶାର ମହାନଦୀ ଶୁଖିଲା ପଡିଛି l"

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.