ଝାରସୁଗୁଡ଼ା: ରାତି ପାହିଲ ସାରା ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ମାତ୍ର ଆଜିଠୁ ଝାରସୁଗୁଡା ଜିଲ୍ଲା ବିଜେଡି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମର୍ଥକ ବିଜେପି ସମର୍ଥକଙ୍କୁ ଫୋନରେ ଧମକ ଦେଉଥିବା ଅଭିଯୋଗ ହୋଇଛି । 26 ତାରିଖ ପରେ ଦେଖିନେବୁ ବୋଲି ସରବାହାଲ 2 ନମ୍ବର ୱାର୍ଡ ପ୍ରାର୍ଥୀ ରାଜୁ ପାଣିଗ୍ରାହୀ ଫୋନରେ ଦେଉଥିବା ଅଭିଯୋଗ କରି ଆଇନର ଆଶ୍ରୟ ନେଇଛନ୍ତି ବିଜେପି ସମର୍ଥକ ଅଞ୍ଜଳି ନାୟକ ।
ଘଟଣାକୁ ନେଇ ଝାରସୁଗୁଡାରେ ଉତ୍ତେଜନା ଦେଖାଦେଇ ଥିବାବେଳେ ଧମକ ଦେଇଥିବା ବ୍ୟକ୍ତି ଜଣକ ମନ୍ତ୍ରୀଙ୍କ ଖାସ୍ ଲୋକ ହୋଇଥିବାରୁ ରାଜନୀତି ସରଗରମ ହୋଇଉଠିଛି । ତେବେ ଏନେଇ ଆଇନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତା' ଉପରେ ସମସ୍ତଙ୍କ ନଜର ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ