ETV Bharat / state

ଇତିହାସ କହୁଛି, ଭୋଟ ପ୍ରତିଶତ ଅଧିକ ହେଲେ ସରକାର ବିରୋଧରେ ଯାଏ: ବିଜେପି

author img

By

Published : May 11, 2023, 10:11 PM IST

ଝାରସୁଗୁଡାରେ ସରିଛି ଉପନିର୍ବାଚନ। ତେବେ ବିଜେପିକୁ ଅକୁଣ୍ଠ ସମର୍ଥନ ମିଳିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଅଧିକ ପଢନ୍ତୁ

bjp leader dilip malik
bjp leader dilip malik
bjp leader dilip malik

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ସରିଛି । ଭୋଟ ପ୍ରତିଶତ ଭଲ ହୋଇଛି । ଇତିହାସ କହୁଛି, ଭୋଟ ପ୍ରତିଶତ ଅଧିକ ହେଲେ ସରକାର ବିରୋଧରେ ଯାଏ । ଧାମନଗର ଭଳି ଝାରସୁଗୁଡାରେ ମଧ୍ୟ ଭୋଟର ନୀରବ ଥିଲେ । ତେବେ ବିଜେପିକୁ ଅକୁଣ୍ଠ ସମର୍ଥନ ମିଳିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ। ଏଥିସହ ବିପୁଳ ବିଜୟ ହେବ ବୋଲି ସେ ଆଶା ରଖିଛନ୍ତି।

କାରଣ ଝାରସୁଗୁଡାବାସୀ ଏ ନିର୍ବାଚନ ଲଢୁଥିଲେ। କେତେ ଭୋଟରେ ବିଜୟୀ ହେବ ବିଜେପି ତାହା ଏବେ ଆକଳନ ଆମେ କରୁନାହୁଁ। ଆମ ଦଳ ଅନ୍ୟ ଦଳ ଭଳି ଅହଂକାରୀ ନୁହଁ ଆମେ କହିପାରିବୁନି ଆମେ କେତେ ଭୋଟ ପାଇବୁ। ଝାରସୁଗୁଡ଼ା ରେ ସରକାରଙ୍କ ବିରୁଦ୍ଧରେ ମତ ଥିଲା। ଲୋକମାନେ ଚାହୁଁ ଥିଲେ ପରିବର୍ତ୍ତନ। ସେ ପରିବର୍ତ୍ତନ ଭୋଟରେ ପରିଣତ ହୋଇଛି। ତେଣୁ ଆମେ ଆଶାବାଦୀ ବିଜେପି ନିଶ୍ଚିତ ଭାବେ ବିଜୟ ଲାଭ କରିବ ବୋଲି ସେ କହିଛନ୍ତି। ସେହିପରି ଏହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡିବ ନାହିଁ । ଗୋଟେ ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନ ବହୁତ ଫରକ। ସାଧାରଣ ନିର୍ବାଚନରେ ରାଜ୍ୟରେ ଗୋଟେ ପରିବର୍ତ୍ତନ ହୁଏ। ସେଥିପାଇଁ 2024 ନିର୍ବାଚନ ପାଇଁ ଆମ ଦଳରେ ପ୍ରସ୍ତୁତି ଚାଲିଛି। ସାରା ରାଜ୍ୟରେ ସରକାରଙ୍କ ବିରୁଦ୍ଧରେ ଦେଖିବାକୁ ମିଳିଛି ଅସନ୍ତୋଷ ଏହା ପ୍ରତିଫଳିତ ହେବ 2024 ରେ ବୋଲି କହିଛନ୍ତି ଦୀଲିପ ମଲ୍ଲିକ।

ଏହା ମଧ୍ୟ ପଢନ୍ତୁ- Cyclone Mocha Update: ମଧ୍ୟରାତ୍ରରେ ଭୀଷଣ ବାତ୍ୟା, 14ରେ ଲ୍ୟାଣ୍ଡଫଲ୍; ଓଡ଼ିଶା ଉପରେ ନାହିଁ ପ୍ରଭାବ

ସେପଟେ ଆଜି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଝାରସୁଗୁଡ଼ାରେ 50 ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି । ଦୀପାଳି ଦାସ ଲୋକମାନଙ୍କ ଦ୍ବାରା ଆଦୃତ ହୋଇଛନ୍ତି । ତାଙ୍କ ବାପାଙ୍କ କାମ ଆମକୁ ଏହି ମାର୍ଜିନ ଦେବ ବୋଲି କହିଛନ୍ତି ପ୍ରମିଳା । ଗତକାଲି ସରିଛି ଝାରସୁଗୁଡ଼ା ଉପନିର୍ବାଚନ। ଝାରସୁଗୁଡ଼ାବାସୀ ନିଷ୍ପତ୍ତି ନେଇ ସାରିଛନ୍ତି। ନେତାଙ୍କ ଭାଗ୍ୟ ସିଲ୍ ହୋଇସାରିଛି। କିଏ ବାଜିମାତ୍ କରିବ ସେ ନେଇ ଆକଳନ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ସେହିପରି ଅନ୍ୟପଟେ ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହୋଇଛି ତେଣୁ ବିଜୟ ପାଇଁ ଭୋଟ ବ୍ୟବଧାନ ଖୁବ୍ କମ ରହିବ । ତେବେ କଂଗ୍ରେସ ନିଶ୍ଚିତ ଜିତିବ ଓ ଦଳ ଫୁଲ୍ ଫାଇଟ ଦେଇଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.