ETV Bharat / state

ମଙ୍ଗଲବଜାର ସ୍ବାସ୍ଥ୍ୟକେନ୍ଦ୍ରକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବି କଲା ବିଜେପି

author img

By

Published : Jun 10, 2023, 12:58 PM IST

ଝାରସୁଗୁଡାରେ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । ଦାବି ରଖିବା ସହ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରୀଙ୍କୁ ଘେରିଲା ବିଜେପି । ଅଧିକ ପଢନ୍ତୁ

bjp press meet in jharsuguda
bjp press meet in jharsuguda

bjp press meet in jharsuguda

ଝାରସୁଗୁଡ଼ା: ମଙ୍ଗଲବଜାର ସ୍ବାସ୍ଥ୍ୟକେନ୍ଦ୍ରକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଦାବି ପୂରଣ ନହେଲେ ଆଗକୁ ବିରାଟ ଜନ ଆନ୍ଦୋଳନ ହେବ ବୋଲି ରାଜ୍ୟ ସରାକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଲା ବିଜେପି। ଗତକାଲି (ଶୁକ୍ରବାର) ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । କେବଳ ନିର୍ବାଚନ ସମୟରେ ରାଜ୍ୟର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗାଁକୁ ଆସି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ମଙ୍ଗଲବଜାର ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିଲା ନାହିଁ ବୋଲି କହିଛି ବିଜେପି । ଆଗକୁ ଯଦି ଏହି ଦାବି ପୂରଣ ନହୁଏ ବିଜେପି ବିରାଟ ଜନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଏହା ମଧ୍ୟ ପଢନ୍ତୁ-୨୩ରେ ବିହାରରେ ବିଜେପି ବିରୋଧୀ ମେଳି, ରାଜ୍ୟ ରାଜନୀତିରେ ଚର୍ଚ୍ଚା

ସାମ୍ବାଦିକ ସମ୍ମିଳନୀରେ ବିଜେପି ଆହୁରି ମଧ୍ୟ କହିଥିଲା ଯେ, ଝାରସୁଗୁଡ଼ା ନୂତନ ନିର୍ମାଣର ଅଂଶବିଶେଷ ମଧ୍ୟରେ ରହିଛି କମ୍ୟୁନିଟି ହଲ, ହାର୍ଟ ହସ୍ପିଟାଲ, କ୍ୟାନ୍ସର ହସ୍ପିଟାଲ । ତେବେ କମ୍ୟୁନିଟି ହଲ ଏମସିଏଲର ସିଏସଆର ପାଣ୍ଠିରୁ ନିର୍ମାଣ କରାଯାଇଥିଲା । ଯାହା କେନ୍ଦ୍ର ସରକାରଙ୍କ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଯୁକ୍ତି ବାଢ଼ିଥିଲା ବିଜେପି । ହାର୍ଟ ହସ୍ପିଟାଲ ଆରମ୍ଭ ହେବାକୁ ଥିବା ସମୟରେ ସେଠାରୁ ବିଭିନ୍ନ ଜିନିଷ ପତ୍ର ଅନ୍ୟତ୍ର ସ୍ଥାନାନ୍ତର ହେଉଛି । ଯଦି ଓ ରାଜ୍ୟ ସରକାର ଏହି ହାର୍ଟ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହେଉନାହାନ୍ତି । ତେବେ ରାଜ୍ୟ ସରକାର ଏହି ହାର୍ଟ ହସ୍ପିଟାଲକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରନ୍ତୁ । କେନ୍ଦ୍ର ସରକାର ଏହି ହସ୍ପିଟାଲର ଦାୟିତ୍ୱ ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରିବେ ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ।

ଏହା ମଧ୍ୟ ପଢନ୍ତୁ-Koraput Congress President: ହଟିଲେ ମୀନାକ୍ଷୀ, ଆସିଲେ ଦୁର୍ଗାଶଙ୍କର

କେବଳ ସେତିକି ନୁହେଁ ଜିଲ୍ଲାରେ ରହିଛି ବଡ଼ବଡ଼ ଶିଳ୍ପ ସଂସ୍ଥା । ଏଠାରୁ ନିର୍ଗତ ହେଉଥିବା ପାଉଁଶକୁ କିପରି ଡମ୍ପିଂ କରାଯିବ ସେନେଇ ଏକ ସ୍ବତନ୍ତ୍ର ଗାଇଡଲାଇନ ରହିଛି । ଯାହାକୁ ଜିଲ୍ଲାପାଳ ଘୋଷଣା ମଧ୍ୟ କରିଛନ୍ତି । କିନ୍ତୁ ଏହାକୁ କାର୍ଯ୍ୟକାରୀ ନକରି ବେନିୟମ ଭାବେ ଆସ୍ ଡମ୍ପିଂ ହେଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.