ETV Bharat / state

Brajarajnagar By-Poll: ଭୋଟ ଦେଲେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା

author img

By

Published : May 31, 2022, 8:53 AM IST

Updated : May 31, 2022, 9:16 AM IST

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି ନିଜ ନିଜ ପ୍ରାର୍ଥୀ ବାଛୁଛନ୍ତି ଜନତା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବୁଥ୍‌ରେ ପହଞ୍ଚି ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ

Brajarajnagar By-Poll: ଭୋଟ ଦେଲେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା
Brajarajnagar By-Poll: ଭୋଟ ଦେଲେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି(ମଙ୍ଗଳବାର) ମତଦାନ(Brajarajnagar By-Poll) ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା(BJP Candidate Radharani Panda) ଭୋଟ ଦେଇଛନ୍ତି । ଏହାସହ ସମସ୍ତଙ୍କୁ ଭୋଟ ଦେବା ପାଇଁ ସେ ଅପିଲ କରିଛନ୍ତି ।

ଭୋଟ ଦେଲେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା

ବ୍ରଜରାଜନଗରର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ଆଜି ବ୍ରଜରାଜନଗର ପିଙ୍କ୍‌ ବୁଥ ଓପିଏମ୍ ବାଳିକା ବିଦ୍ୟାଳୟରେ ନିଜର ମତଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, "ବ୍ରଜରାଜନଗର ଭୋଟର ନିଜର ବହୁ ମୂଲ୍ୟ ମତଦାନ କରନ୍ତୁ , ଏହା ଆମ ମୌଳିକ ଅଧିକାର ଅଟେ । ସମସ୍ତେ ଭୋଟ ଦେଇ ନିଜ ଅଞ୍ଚଳର ବିକାଶ ପାଇଁ ନିଜ ଇଚ୍ଛା ମୁତାବକ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ।"

ଏହା ବି ପଢନ୍ତୁ- Brajarajnagar ByPoll: ଭୋଟ ଦେଉଛି ବ୍ରଜରାଜନଗର

ତେବେ ସୂଚନା ଥାଉ କି ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବୀତା କରୁଛନ୍ତି । ୨୭୯ଟି ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିରୁ ୨୨ଟି ନୂଆ ବୁଥ୍‌, ୩୦ଟି ଆଦର୍ଶ ବୁଥ୍‌ ଓ ୫ଟି ପିଙ୍କ୍‌ ବୁଥର ବ୍ୟବସ୍ଥା କରାଯାଇଛି । ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : May 31, 2022, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.