ETV Bharat / state

ଅନୁପଙ୍କ ଅକୁହା ପ୍ରେମକାହାଣୀ, କେମିତି ଥିଲା ସେ କାଳରାତି କହିଲେ ପୂର୍ବତନ ବିଧାୟକ - ପୂର୍ବତନ ବିଧାୟକ ଅନୁପ

ଡବଲ ମର୍ଡର ଘଟଣାରେ ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ନେଇ ଛତିଶଗଡ ରାୟଗଡ ଏସପିଙ୍କ ପ୍ରେସମିଟ୍ । 2016 ରେ ଏକ ଡବଲ ମର୍ଡର ମାମଲାରେ ଛତିଶଗଡ ପୋଲିସ ଦ୍ବାରା ଅଟକ ଥିଲେ ସେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଅନୁପ ସାଏଙ୍କ ଡବଲ ମର୍ଡର ଘଟଣା
ଅନୁପ ସାଏଙ୍କ ଡବଲ ମର୍ଡର ଘଟଣା
author img

By

Published : Feb 14, 2020, 3:26 PM IST

Updated : Feb 14, 2020, 8:28 PM IST

ଝାରସୁଗୁଡ଼ା: ବିଜେଡିରୁ ବହିଷ୍କୃତ ହୋଇଥିବା ଅନୁପ ସାଏଙ୍କ ଡବଲ ମର୍ଡର ଘଟଣାରେ ଛତିଶଗଡ ରାୟଗଡ଼ ଏସପିଙ୍କ ପ୍ରେସମିଟ୍ । ଛତିଶଗଡ଼ ପୋଲିସ ଦ୍ବାରା ବିଜେଡି ନେତା ଅନୁପ କୁମାର ସାଏ ଗିରଫ ଘଟଣାରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରାୟଗଡ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ । 2016ରେ ଏକ ଡବଲ ମର୍ଡର ମାମଲାରେ ଛତିଶଗଡ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହି ଘଟଣା ପରେ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦବୀରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଥିଲେ । ଏନେଇ ଏକ ପ୍ରେମମିଟ କରିଛନ୍ତି ରାୟଗଡ଼ ଏସପି ।

ପ୍ରେସମିଟରେ ମର୍ଡର ମିଷ୍ଟ୍ରି ଖୁଲାସା, ଦୋଷ ମାନିଲେ ଅନୁପ ସାଏ

ଏହି ପ୍ରେସମିଟ ଜରିଆରେ ରାୟଗଡ଼ ଏସପି କହିଛନ୍ତି ଯେ ବର୍ତ୍ତମାନ ଅଧିକ ପଚରା ଉଚୁରା ପାଇଁ ପୋଲିସ ରିମାଣ୍ଡରେ ଅନୁପଙ୍କୁ ଆଣିବ । ଏହାସହ ଅନୁପଙ୍କ ନାର୍କୋଟିକ ପରୀକ୍ଷଣ ମଧ୍ୟ କରାଯିବ । କିନ୍ତୁ କେମିତି ଥିଲା ଅନୁପଙ୍କ ପ୍ରେମକାହାଣୀ ସବୁକିଛି ପୋଲିସ ସମ୍ମୁଖରେ ମାନିଛନ୍ତି ପୂର୍ବତନ ବିଧାୟକ । ୨୦୦୨ରେ ବ୍ରଜରାଜ ନଗର ଅଞ୍ଚଳର କଳ୍ପନା ଦାସ ଓ ସୁନୀଲ ଶ୍ରୀବାସ୍ତବ ନାମକ ଜଣେ ବିହାରୀ ଯୁବକ ବିବାହ କରିଥିଲେ । ପାରିବାରିକ କଳହକୁ ନେଇ ୨୦୦୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ଏହାର ପ୍ରାୟ ବର୍ଷ ପରେ ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହ ମହିଳାଙ୍କ ସମ୍ପର୍କ ଗଢି ଉଠିଥିଲା । ପରେ ସମ୍ପର୍କ ନିବିଡ ହେବା ସହ ଅନୁପ ତାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରୁଥିଲେ । ଏପରିକି ଭୁବନେଶ୍ବର ସୁନ୍ଦରପଦାରେ ଏକ ୩ ମହଲା କୋଠା ନିର୍ମାଣ କରି ସଂପୃକ୍ତ ମହିଳା ଓ ତାଙ୍କ ନାବାଳିକା ଝିଅକୁ ସେଠାରେ ରଖିଥିଲେ । ଏହାସହ ଝିଅର ସ୍କୁଲରେ ନିଜକୁ ଅଭିଭାବକ ଦର୍ଶାଇଥିବା ଏସପି କହିଛନ୍ତି ।

ଅନୁପ ଓ କଳ୍ପନା ଦାସ ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ଏକାଠି ରହୁଥିଲେ । ମା’ ଝିଅ ସୁନ୍ଦରପଦାରେ ରହୁଥିବା ବେଳେ ଅନୁପ ସେଠାକୁ ନିୟମିତ ଭାବେ ଯିବା ଆସିବା କରୁଥିଲେ । କିନ୍ତୁ ଏଇଠୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । କଳ୍ପନା ଆଇନଗତ ଭାବେ ତାଙ୍କୁ ବିବାହ କରିବାକୁ ଚାପ ପକାଇବା ସହ ଜିଦ ଧରିଥିଲେ । ଯାହାକୁ ନେଇ ଅନୁପ ସାଏଙ୍କ ଚିନ୍ତା ବଢିବା ସହ ନିଜ ରାଜନୈତିକ ଜୀବନରେ ଏହା ପ୍ରଭାବ ପକାଇବ ବୋଲି ଆଶଙ୍କା କରୁଥିଲେ । ବିବାହ ନକରିବା ପାଇଁ ଅନୁପ ଯୋଜନାବଦ୍ଧ ଭାବେ କଳ୍ପନାଙ୍କୁ ଛତିଶଗଡର ରାୟଗଡ ନେଇଯାଇଥିଲେ । ବିବାହ ପାଇଁ ଭୁବନେଶ୍ବରରୁ ଏକ ବୋଲେରୋ ଗାଡିରେ ସମସ୍ତେ ଝାରସୁଗୁଡା ଯାଇଥିଲେ । ଝାରସୁଗୁଡାରେ ଏକ ହୋଟେଲରେ ମା’ ଝିଅକୁ ରଖିବା ପରେ ପରଦିନ ଛତିଶଗଡର ରାୟଗଡକୁ ଯାଇଥିଲେ ।

ରାୟଗଡରେ ପହଞ୍ଚି ବିବାହ ପାଇଁ ମନ୍ଦିର ଯାଉଥିବାବେଳେ ଚକ୍ରଧରନଗର ଥାନା ଅଧିନ ସମ୍ବଲପୁରୀ ବଙ୍ଗୁରସିଆର ଏକ ଜଙ୍ଗଲିଆ ରାସ୍ତାରେ ମା ଓ ଝିଅଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ ପାଇଁ ଉଭୟଙ୍କୁ ଗାଡି ଚଢାଇ ଦେଇଥିଲେ । ଏହାକୁ ନେଇ ଚକ୍ରଧରନଗର ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରୁଥିଲା । ପରଦିନ ଚକ୍ରଧରନଗର ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ଛତିଶଗଡ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ପ୍ରାୟ ୬ ଟି ରାଜ୍ୟକୁ ଯାଇ ପୋଲିସ ତଦନ୍ତ କରିବା ସହ ପ୍ରାୟ 7ଶହ ଲୋକଙ୍କୁ ପଚରା ଉଚୁରା କରିଥିଲା । ପରେ ମୃତ ମହିଳାଙ୍କ ସଂପର୍କୀୟ ଭାଇଙ୍କ ମାଧ୍ୟମରେ ପରିଚୟ ମିଳିଥିଲା । ଯିଏକି ଓଡିଶା ପୋଲିସରେ କାର୍ଯ୍ୟ କରୁଛନ୍ତି । ଏହି ଠାରୁ ଘଟଣାର ଭିନ୍ନ ମୋଡ ନେଇଥିଲା । ମହିଳାଙ୍କ ମୋବାଇଲ ନମ୍ବର ଓ କଲ ଡିଟେଲ୍ସକୁ ଆଧାର କରି ପୋଲିସ ସ୍କାନରକୁ ଆସିଥିଲେ ଅନୁପ । କିନ୍ତୁ ନିଜ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ବାରମ୍ବାର ନୋଟିସ ସତ୍ବେ ଅନୁପ ହାଜର ହେଉନଥିଲେ । ତେବେ ଗତ 6 ମାସ ଧରି ଅନୁପଙ୍କ ଗତିବିଧି ଉପରେ ଛତିଶଗଡ ପୋଲିସ ନଜର ରଖିଥିଲେ । ଆଉ ଏହି ଡବଲ ମର୍ଡର ହତ୍ୟାକାଣ୍ଡରେ ଅନୁପଙ୍କ ସଂପୃକ୍ତି ନେଇ ଠୋସ ପ୍ରମାଣ ପାଇବା ପରେ ଗୁରୁବାର ଉଠାଇ ଥିଲା ଛତିଶଗଡ ପୋଲିସ । ପୋଲିସର ଜେରା ପରେ ଅନୁପ ସବୁ ସତ ମାନିବା ସହ ପୋଲିସ ଆଗରେ କହିଛନ୍ତି 4 ବର୍ଷ ତଳର କାହାଣୀ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 14, 2020, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.