ETV Bharat / state

ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: ବିଜେଡି-ବିଜେପି ମୁହାଁମୁହିଁ - ବିଜେଡି ବିଜେପି ମୁହାଁମୁହିଁ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ । ଶତାଧିକ କର୍ମୀଙ୍କୁ ଉଠେଇ ନେଲା ପୋଲିସ । ଅଧିକ ପଢନ୍ତୁ

ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା: ବିଜେଡି-ବିଜେପି ମୁହାଁମୁହିଁ

author img

By

Published : Apr 24, 2022, 12:10 PM IST

Updated : Apr 24, 2022, 12:38 PM IST

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟାକୁ ନେଇ ଝାରସୁଗୁଡାରେ ତେଜୁଛି ବିବାଦ । ବଢୁଥିବା ଅସନ୍ତୋଷ ଆଜି ନେଇଛି ଉଗ୍ରରୂପ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ 144 ଧାରା ଲାଗିଥିବା ସତ୍ତ୍ବେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ଫଳରେ ଇଭୟ ଦଳ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପରିସ୍ଥିତି ଅସମ୍ଭାଳ ହେବାରୁ ଶତାଧିକ ବିଜେଡି ଓ ବିଜେପି କର୍ମୀଙ୍କୁ ପୋଲିସ ଉଠେଇ ନେଇଛି । ଏହି ସମୟରେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଥିଲା ।

ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: ବିଜେଡି-ବିଜେପି ମୁହାଁମୁହିଁ

ଏହା ମଧ୍ୟ ପଢନ୍ତୁ:-ରୋଷେୟା ମୃତ୍ୟୁ ଘଟଣା: ଆଇନକୁ ତା ବାଟରେ ଯିବାକୁ ଦିଅ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ସୂଚନା ଅନୁଯାୟୀ ଲଳିତ ସାହୁ ଆତ୍ମହତ୍ୟା ଘଟଣାରେ ଆଜି ଉଭୟ ବିଜେପି ବିଜେଡି ଧାରଣାରେ ବସିଥିଲେ, ୧୪୪ଧାରା ଜାରି ଥିବାରୁ ଉଭୟ ଗୋଷ୍ଠୀକୁ ଗିରଫ କରାଯାଇଛି । ତେବେ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ନବ ଦାସ । ଆଇନକୁ ତା ବାଟରେ ଯିବାକୁ ଦିଅ, ଆଇନ ଅନୁଯାୟୀ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ନବ ଦାସ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Apr 24, 2022, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.