ETV Bharat / state

Panchayat Election: ବିଜେପି ପ୍ରଚାର ଗାଡି ଅଟକାଇଲା ବିଜେଡି, ନେତା କହିଲେ ମିଥ୍ୟା ଅଭିଯୋଗ - ଝାରସୁଗୁଡାରେ ବିଜେଡି ବିଜେପି ମୁହାଁମୁହିଁ

ପଞ୍ଚାୟତ ନିର୍ବାଚନୀ ପ୍ରଚାର ବେଳେ ଝାରସୁଗୁଡାରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ଘଟଣାକୁ ଖଣ୍ଡନ କଲେ ଝାରସୁଗୁଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ସିଂ । ଅଧିକ ପଢନ୍ତୁ

Panchayat Takkar: ପ୍ରଚାର ବେଳେ ବିଜେଡି-ବିଜେପି ମୁହାଁମୁହିଁ

author img

By

Published : Feb 8, 2022, 12:54 PM IST

ଝାରସୁଗୁଡ଼ା: ପଞ୍ଚାୟତ ନିର୍ବାଚନୀ ମୈଦାନରେ ଚାଲିଛି କଡା ଟକ୍କର । ପ୍ରଚାରରେ କମ୍ପୁଛି ଗାଁ ଗଣ୍ଡା । ଭୋଟ୍ ପାଇଁ ଘର ଘର ବୁଲୁଛନ୍ତି ନେତା ଓ ପ୍ରାର୍ଥୀ । ଏହାରି ଭିତରେ ନିର୍ବାଚନ ପ୍ରଚାର ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧି ଗୋଷ୍ଠୀ । ଝାରସୁଗୁଡା ଜିଲ୍ଲା ଲାଇକେରା ବ୍ଲକ ଜୋନ ନଂ ୧ରେ ବିଜେଡି ଓ ବିଜେପି ମୁହାଁମୁହିଁ ହେବାର ଦେଖାଯାଇଛି । ଜିଲ୍ଲା ପରିଷଦ ପ୍ରାର୍ଥୀ ସାଇ ବାସିନୀ ପ୍ରଧାନ ଓ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଦଳୀୟ କର୍ମୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ବିଜେଡି କର୍ମୀମାନେ ତାଙ୍କ ଗାଡି ରୋକି ପ୍ରଚାରରେ ବାଧା ଦେଇଥିବା ବିଜେପି ଅଭିଯୋଗ କରିଛି l

Panchayat Takkar: ପ୍ରଚାର ବେଳେ ବିଜେଡି-ବିଜେପି ମୁହାଁମୁହିଁ

ଅନ୍ୟପଟେ ବିଜେପି ପ୍ରଚାରରେ ବିଜେଡି କର୍ମୀ ଏପରି ବାଧା ଦେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଝାରସୁଗୁଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ସିଂ । ଏଭଳି କିଛି ସ୍ଥିତି ଉପୁଜିନାହିଁ । ବିଜେଡି ଦଳୀୟ କର୍ମୀମାନେ ବିରୋଧ କରିନାହାନ୍ତି । କାରଣ ଏହି ଜୋନରେ ବିଜେଡି ଅପ୍ରତିଦ୍ବନ୍ଦୀ । ହୁଏତ ବିଜେପି କର୍ମୀଙ୍କୁ କୌଣସି ଗ୍ରାମବାସୀ ବିରୋଧ କରିଥିବେ ବୋଲି କହିଛନ୍ତି ସୁବାଷ ସିଂ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.