ETV Bharat / state

Panchayat Polls: ପ୍ରଚାରରେ କମ୍ପୁଛି ଲଖନପୁର, BJP-BJD ମଧ୍ୟରେ ଜୋରଦାର ଟକ୍କର - ଲଖନପୁରରେ ବିଜେଡିର ପଞ୍ଚାୟତ ପ୍ରଚାର

ଝାରସୁଗୁଡା ଜିଲ୍ଲାରେ ସରଗରମ ପଞ୍ଚାୟତ ନିର୍ବାଚନୀ ତାତି । ଯେତିକି ପାଖେଇ ଆସୁଛି ନିର୍ବାଚନ ମତଦାନ ଦିନ ସେତିକି ବୃଦ୍ଧି ପାଉଛି ରାଜନୈତିକ ଉଷ୍ମତା । ଅଧିକ ପଢନ୍ତୁ

bjd and bjp campaigning for panchayat poll in lakhanpur
ଲଖନପୁରେ ବିଜେଡି ଓ ବିଜେପିର ଜୋରଦାର ପ୍ରଚାର
author img

By

Published : Feb 12, 2022, 7:51 AM IST

ଝାରସୁଗୁଡା: ଜିଲ୍ଲାରେ ସରଗରମ ପଞ୍ଚାୟତ ନିର୍ବାଚନୀ ତାତି । ଯେତିକି ପାଖେଇ ଆସୁଛି ନିର୍ବାଚନ ମତଦାନ ଦିନ ସେତିକି ବୃଦ୍ଧି ପାଉଛି ରାଜନୈତିକ ଉଷ୍ମତା । ତେବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର ।

ଲଖନପୁରେ ବିଜେଡି ଓ ବିଜେପିର ଜୋରଦାର ପ୍ରଚାର

ସେହିପରି ଗାଁରେ ଦେଖିବାକୁ ମିଳୁଛି ନିର୍ବାଚନୀ ମାହୋଲ । ତେବେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଜୋନ- ୩ର ଆସନ ହାତେଇବାକୁ ବିଜେଡି ଓ ବିଜେପି କରୁଛନ୍ତି ଜୋରଦାର ପ୍ରଚାର । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏହି ଆସନକୁ ହାତେଇଥିଲା । ଏଥର ମଧ୍ୟ ଏହି ଆସନକୁ ହାତ ଛଡା ନ କରିବା ଲାଗି ବିଜେପି ପ୍ରାର୍ଥୀ ଘରକୁ ଗର ବୁଲି କରୁଛନ୍ତି ପ୍ରଚାର । ଦଳୀୟ ସମର୍ଥକଙ୍କ ସହ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ ସଞ୍ଜୁଲତା ସେଠ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଏଥିସହ ଭୋଟରଙ୍କୁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରତିଶୃତି ।

ସେହିଭଳି ବିଜେଡି ଦଳର ପ୍ରାର୍ଥିନୀ ପୁଷ୍ପଲତା ସେଠ ସମର୍ଥକଙ୍କ ସହ ପ୍ରଚାର ଜୋରସୋର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ବଜାୟ ରଖିବା ସହ ଗାଁରେ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଉଭୟ ବେକାରୀ ସମସ୍ୟା ଏବଂ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବା ଲାଗି ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ।

ଅନ୍ୟପଟେ କୌଣସି ଅବସ୍ଥାରେ ବିଜେପି ଏହି ଆସନ ହରେଇବା ପାଇଁ ଚାହୁଁ ନଥିବା ବେଳେ ନିଜର ଯୁବ ନେତାଙ୍କୁ ରଣାଙ୍ଗନରେ ସାରଥୀ ସାଜି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ମାତ୍ର ଭୋଟର ହିଁ ବିଚାର କରିବେ କିଏ ହେବ ଜନ ନାୟକ ପରବର୍ତ୍ତୀ ସମୟରେ ଜଣାପଡିବ ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.